ମୁଖ୍ୟ ଖବର
ନୂଆଦିଲ୍ଲୀ; ଇଣ୍ଡିଗୋ ବିମାନ ପୁଣି ଥରେ ଚର୍ଚ୍ଚାରେ ରହିଛି । ମୁମ୍ବାଇରୁ ଶ୍ରୀନଗରରେ ପହଞ୍ଚିଥିବା ଇଣ୍ଡିଗୋ ବିମାନ ୬ଇ ୨୨୫ ଏକ ବଡ଼ ଧରଣର ଦୁର୍ଘଟଣାର ଶିକାର ହୋଇଛି । ପାର୍କିଂ ସମୟରେ ବିମାନର ବ୍ରେକ୍ ସିଷ୍ଟମ୍ରେ ସମସ୍ୟା ଉପୁଜିଥିଲା ଯେଉଁଥିପାଇଁ ଏହା ଅଟକି ପାରିନଥିଲା । ରନ୍ୱେରେ ପ୍ଲେନ୍ ପହଞ୍ଚିଥିଲା । କିନ୍ତୁ ବ୍ରେକ୍ ସସସ୍ୟା ହେତୁ ଏକ ଖୁଣ୍ଟରେ ପିଟି ହୋଇଯାଇଥିଲା । ପ୍ଲେନ୍ରେ ଶାନ୍ତ ଭାବେ ବସିଥିବା ଯାତୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଜମ୍ମୁ ଓ କଶ୍ମୀରର ଶ୍ରୀନଗର ବିମାନ ବନ୍ଦରରେ ପାର୍କିଂ ସମୟରେ ଏକ ବିମାନ ଖୁଣ୍ଟରେ ପିଟି ହୋଇଛି । ପ୍ରାଥମିକ କାରଣ ବ୍ରେକ୍ ଫେଲ୍ କୁହାଯାଉଥିବା ବେଳେ ବର୍ତ୍ତମାନ ଦୁର୍ଘଟଣାର କାରଣ ଖୋଜା ଜାରି ରହିଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀଙ୍କ ସମେତ କ୍ରୁ ସଦସ୍ୟ ।
Comments ସମସ୍ତ ମତାମତ