ମୁଖ୍ୟ ଖବର
ନୂଆଦିଲ୍ଲୀ: ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ ଇଣ୍ଡିଗୋ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କାର୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଦେଶର ବିମାନ ଚଳାଚଳ ନିୟାମକ (ଡିଜିସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଇଣ୍ଡିଗୋର ଶୀତକାଳୀନ ସମୟସୂଚୀକୁ ହ୍ରାସ କରିଛି । ଯାହା ଫଳରେ ଉଡ଼ାଣ ସଂଖ୍ୟା ୫ ପ୍ରତିଶତ ହ୍ରାସ ପାଇଛି । ଇଣ୍ଡିଗୋ ପ୍ରତିଦିନ ପ୍ରାୟ ୨,୨୦୦ ଘରୋଇ ଏବଂ ଆନ୍ତର୍ଜାତୀୟ ଉଡ଼ାଣ ପରିଚାଳନା କରେ । କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଇଣ୍ଡିଗୋର ୧୧୦ ଟି ଉଡ଼ାଣ ହ୍ରାସ କରାଯାଇଛି । ଇଣ୍ଡିଗୋର ବଡ ପଡିଥିବା ଏହି ସ୍ଲଟ୍ ଅନ୍ୟ ବିମାନ କମ୍ପାନୀଗୁଡ଼ିକୁ ଦିଆଯିବ ବୋଲି ସରକାର କହିଛନ୍ତି ।
Comments ସମସ୍ତ ମତାମତ