Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପ୍ରଥମ ଟି-୨୦: ନ୍ୟୁଜିଲାଣ୍ଡକୁ ୪୮ ରନ୍ ରେ ହରାଇଲା ଭାରତ

    Share on :
    ajab-Image
    Date: Jan 22, 2026    Views: 2810

    ନୂଆଦିଲ୍ଲୀ: ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଜିତିଲା ଟିମ୍ ଇଣ୍ଡିଆ । ସୀମିତ କୋଡିଏ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୩୮ ରନ୍ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୮୫ ରନ୍ ସ୍କୋର କରିଥିବା ବେଳେ ମିଡିଲ ଅର୍ଡରରେ ଆସିଥିବା ହାର୍ଡ ହିଟର ରିଙ୍କୁ ସିଂ ୨୦ ବଲରୁ ୪୪ ରନ୍ କରିଥିଲେ । ମାତ୍ର ଈଶାନ କିଷାନ ଏବଂ ଶିବମ ଦୁବେ ଭଲ ସ୍କୋର କରିବାରେ ବିଫଳ ହୋଇଥିଲେ । ରିଙ୍କୁ ସିଂ ଶେଷ ଓଭରରେ ମିଚେଲଙ୍କୁ ଧୁଲେଇ କରି ୨୦ ରନ୍ ସଂଗ୍ରହ କରିଥିଲେ ।

    ୨୩୯ ରନ୍ ର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳ ଗ୍ଲେନ୍ ଫିଲିପ୍ସ ଏବଂ ମିଚେଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନଥିଲେ । ବରୁଣ ଚକ୍ରବର୍ତ୍ତି ଏବଂ ଶିବମ ଦୁବେଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଥିବା ବେଳେ ଅର୍ଶଦୀପ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ସର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ରେ ୧-୦ରେ ଭାରତ ଆଗୁଆ ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook