Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପ୍ରଥମ ଟି-୨୦: ଭାରତର ଦମଦାର ବିଜୟ

    Share on :
    ajab-Image
    Date: Jul 30, 2022    Views: 4284

    ନୂଆଦିଲ୍ଲୀ: ପ୍ରଥମ ଟି-୨୦ରେ ଭାରତର ଦମଦାର ବିଜୟ। ୱେଷ୍ଟଇଣ୍ଡିଜକୁ ୬୮ ରନ୍‌ରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ସହଜ ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ୧-୦ରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୧୯୦ ରନ୍  କରିଥିଲା।  କ୍ୟାପଟେନ୍ ରୋହିତ ଶର୍ମା ଅର୍ଦ୍ଧଶତକ କରିଥିବା ବେଳେ ୧୯ ବଲରେ ଧୂଆଁଧାର ୪୧ ରନ୍ କରିଥିଲେ ଦିନେଶ କାର୍ତ୍ତିକ।

    ସେପଟେ ୱେଷ୍ଟଇଣ୍ଡିଜ୍ ଟିମ୍ ୨୦ ଓଭରରେ ୮ ୱିକେଟ୍  ହରାଇ ମାତ୍ର ୧୨୨ରନ୍ କରିପାରିଥିଲା। ୧୯୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଓ୍ଵେଷ୍ଟଇଣ୍ଡିଜ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ୟ୍ୟୟ ଭୋଗିଥିଲା। ୨୨ ରନରେ ପ୍ରଥମ ୱିକେଟ ହରାଇଥିଲା ଦଳ। ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଚାଲିଥିଲା। ଜଣେ ହେଲେ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଟି ପାରିନଥିଲେ। ସାମରା ବ୍ରୁକ୍ସ ସର୍ବାଧିକ ୨୦ ରନ୍‌ କରିଥିଲେ। ନିକୋଲାସ ପୂରନ ୧୮, ରୋଭମ୍ୟାନ ପାଓ୍ଵେଲ ୧୪ ଏବଂ ସିମରନ ହେଟମାୟର ୧୪ ରନ କରିଥିଲେ। ଶେଷ ଆଡକୁ କିମୋ ପଲ୍‌ ୧୯ ରନ୍‌ କରି ଅପରାଜିତ ଥିଲେ।

    ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୨୪ ରନ୍‌, ରବିଚନ୍ଦ୍ରନ ଅଶ୍ଵିନ ୨୬ ରନ୍‌ ଏବଂ ରବି ବିଷ୍ଣୋଇ ୨୬ ରନ ଦେଇ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ସେହିପରି ଭୁବନେଶ୍ଵର କୁମାର ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। ଦୀନେଶ କାର୍ତ୍ତିକ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସିରିଜରେ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି ଭାରତ।

    Maximum 500 characters

    ଖେଳ ଖବର View all

    Find Us on Facebook