Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅଷ୍ଟ୍ରେଲିଆ ଦଳକୁ ୪୮ ରନରେ ପରାଜିତ କଲା ଭାରତ

    Share on :
    ajab-Image
    Date: Nov 6, 2025    Views: 2679

    ନୂଆଦିଲ୍ଲୀ: ୪ର୍ଥ ଟି-୨୦ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଘରୋଇ ଅଷ୍ଟ୍ରେଲିଆ ଦଳକୁ ୪୮ ରନରେ ପରାଜିତ କରି ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ୧୬୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୧୮.୨ ଓଭରରେ ୧୧୯ ରନ କରି ଅଲଆଉଟ ହୋଇଯାଇଛି। ଓ୍ବାଶିଂଟନ ସୁନ୍ଦର(୩ ଉଇକେଟ), ଅକ୍ଷର ପଟେଲ (୨ ଉଇକେଟ) ଏବଂ ଶିବମ ଦୁବେ(୨ ଉଇକେଟ)ଙ୍କ ଚମତ୍କାର ବୋଲିଂ ଫଳରେ ଅଷ୍ଟ୍ରେଲିଆ ଦଳକୁ ଶେଷ ୩୦ ରନରେ ୬ ଉଇକେଟ ହରାଇ  ପରାଜୟର ସାମ୍ନା କରିବାକୁ ପଡ଼ିଛି।

    ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ସର୍ବାଧିକ ୩୦ ଏବଂ ମ୍ୟାର୍ଥୁ ଶର୍ଟ ୨୫ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ବିନିମୟରେ ୧୬୭ ରନ କରିଥିଲା। ଦଳ ପକ୍ଷରୁ ଶୁବମନ ଗିଲ ସର୍ବାଧିକ ୪୬ ରନ କରିଥିବାବେଳେ ଅଭିଶେକ ଶର୍ମା ୨୮, ଶିବମ ଦୁବେ ୨୨, ଅକ୍ଷର ପଟେଲ ୨୧ ଏବଂ ସୂର୍ୟ୍ୟକୁମାର ଯାଦବ ୨୦ ରନ ସଂଗ୍ରହ କରିଥିଲେ। ବ୍ୟାଟିଂ ବିଫଳତା ଯୋଗୁ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ।
    ଟସ ଜିତିବା ପରେ ବୋଲିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଦଳର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ନିୟମିତ ବ୍ୟବଧାନରେ ଉଇକେଟ ଅକ୍ତିଆର କରିବା ଫଳରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଅଷ୍ଟ୍ରେଲୀୟ ବୋଲର ନାଥାନ ଏଲିସ ଏବଂ ଆଦାମ ଜାମ୍ପା ସର୍ବାଧିକ ୩ଟି ଲେଖାଏ ଉଇକେଟ ନେଇଥିବାବେଳେ ଜାଭିଅର ବାରଲେଟ ଏବଂ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook