Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବଡ଼ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ

    Share on :
    ajab-Image
    Date: Jun 15, 2022    Views: 4414

     ନୂଆଦିଲ୍ଲୀ: ଲଗାତର ଦୁଇଟି ମ୍ୟାଚ୍ ପରାଜୟ ପରେ ବିଶାଖାପାଟଣାରେ ବଡ଼ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ନିର୍ଣ୍ଣାୟକ ତୃତୀୟ ଟି-୨୦କୁ ୪୮ ରନର ବଡ଼ ବ୍ୟବଧାନରେ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା । ଦୃଢ ମୂଳଦୁଆ ପକାଇଥିଲେ ଓପନର ଋତୁରାଜ ଗାଏକ୍ୱାଡ ଓ ଇଶାନ କିଶନ । ଋତୁରାଜ ୫୭ ଓ ଇଶାନ କିଶନ ୫୪ ରନ୍ କରିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନର ଇନିଂସ ଖେଳିଥିଲେ ।
    ଜବାବରେ ଦକ୍ଷିଣ ଆଫ୍ରିକା ୧୩୧ ରନ୍ କରିବାରେ ହିଁ ସକ୍ଷମ ହୋଇଥିଲା । ଜବରଦସ୍ତ ବୋଲିଂ କରିଥିଲେ ଯୁଜବେନ୍ଦ୍ର ଚହଲ । ୪ ଓଭର ବୋଲିଂ କରି ୨୦ ରନ୍ ଦେଇ ତିନିଟି ୱିକେଟ୍ ନେଇଥିଲେ । ଚହଲଙ୍କ ଘାତକ ବୋଲିଂ ପାଇଁ ଦକ୍ଷିଣ ଆଫ୍ରିକାର ଜଣେ ହେଲେ ବି ବ୍ୟାଟର ୩୦ ରନ୍ ଛୁଇଁ ପାରିନଥିଲେ । ଋଷଭ ପନ୍ତଙ୍କ ନେତୃତ୍ୱରେ ଏହା ଭାରତର ପ୍ରଥମ ବିଜୟ । ଏହି ବିଜୟ ପରେ ବି ୫ ଟିକିଆ ସିରିଜରୁ ଲଗାତର ୧-୨ରେ ପଛୁଆ ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook