Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସେମି ଫାଇନାଲ: ପ୍ରଥମେ ବ୍ୟାଟିଂ କରିବ ଭାରତ

    Share on :
    ajab-Image
    Date: Nov 10, 2022    Views: 4409

    ଆଡିଲେଡ: ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଜୋଶ ବଟଲର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଭାରତ ଆଡିଲେଡ ଓଭାଲରେ ପ୍ରଥମେ ବ୍ୟାଟିଂ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଯେଉଁ ଦଳ ଜିତିବ, ସିଏ ରବିବାର ଐତିହାସିକ ମେଲବର୍ଣ୍ଣରେ ପାକିସ୍ତାନ ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳିବ।

    ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଟିମର ଚୂଡ଼ାନ୍ତ ଏକାଦଶରୁ ଆହତ ଯୋଗୁ ଡାୱିଡ ମଲାନ ଓ ମାର୍କ ଉଡ ବାଦ ଦେଇଛି। ଏହି ଦୁଇ ଖେଳାଳିଙ୍କ ବଦଳରେ କ୍ରିସ ଜୋର୍ଡାନ ଓ ଫିଲ ସଲ୍ଟ ସୁଯୋଗ ପାଇଛନ୍ତି। ତେବେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପ୍ରକାରର ପରିବର୍ତ୍ତନ କରିନାହିଁ। ଏହାର ଅର୍ଥ ସେମି ଫାଇନାଲରେ ଦୀନେଶ କାର୍ତ୍ତିକଙ୍କ ବଦଳରେ ଋଷଭ ପନ୍ତ ହିଁ ଖେଳିବେ।

    ଆଡିଲେଡ ଓଭାଲରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୪ଥର ଜିତିଥିବା ବେଳେ ୨ ଥର ହାରିଛି। ସେହିପରି ଏହି ଗ୍ରାଉଣ୍ଡରେ ଶେଷ ୧୧ଟି ମ୍ୟାଚ୍‌ରେ ଟସ୍‌ ଜିତିଥିବା ଦଳ ମ୍ୟାଚ୍‌ ହାରିଛି। ଏହି ସବୁ ଇତିହାସ ନିଶ୍ଚିତ ଭାବେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଗୋଟିଏ ଭଲ ଖବର।

    Maximum 500 characters

    ଖେଳ ଖବର View all

    Find Us on Facebook