Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତର ଇନିଂସ ବିଜୟ

    Share on :
    ajab-Image
    Date: Mar 9, 2024    Views: 7919

    ନୂଆଦିଲ୍ଲୀ: ଧର୍ମଶାଳାରେ ଖେଳାଯାଉଥିବା ୫ମ ଟେଷ୍ଟରେ ଭାରତ ବାଜିମାତ କରିଛି । ଇଂଲଣ୍ଡକୁ ଇନିଂସ ପରାଜୟ ଦେଇଛି ଭାରତ । ଏକ ଇନିଂସ ଓ ୬୪ ରନରେ ଇଂଲଣ୍ଡ ପରାସ୍ତ ହୋଇଛି । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୯୫ ରନ କରି ଅଲଆଉଟ ହୋଇଯାଇଛି । ଅଶ୍ନିନଙ୍କୁ ୫, ବୁମରା ଓ କୁଲଦୀପଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି ।ସ୍ମୋର: ଇଂଲଣ୍ଡ-୨୧୮ ଓ ୧୯୫, ଭାରତ-୪୭୭।   ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୪-୧ରେ ବିଜୟୀ ହୋଇଛି । 

    ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ଦଳ ବିଫଳ ହୋଇଥିଲା । ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୧୮ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲେ ସର୍ବାଧିକ ୭୯ ରନ କରିଥିବା ବେଳେ ଭାରତ ପକ୍ଷରୁ ଅଶ୍ୱିନୀ ୪ ଓ କୁଲଦୀପ ୫ଟି ୱିକେଟ ନେଇଥିଲେ ।

    ସେହିପରି ଭାରତ ତାର ପ୍ରଥମ ଇଂନିସରେ ଧୂଆଁଧାର ବ୍ୟାଟିଂ କରି ବଡ ସ୍କୋର କରିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୧୦୩, ଶୁଭମନ ଗିଲ ୧୧୦, ଦେବଦତ୍ତ ପାଡିକଲ ୬୫, ଜୟସ୍ୱାଲ ୫୭ ଓ ସର୍ଫରାଜ ଖାନ ୫୬ ରନ କରିଥିଲେ । ଫଳରେ ଦଳ ୪୭୭ ରନ କରିଥିଲା । ହେଲେ ଇଂଲଣ୍ଡ ତାର ଦ୍ୱିତୀୟ ଇଂନିସରେ ମାତ୍ର ୧୯୫ ରନରେ ଅଲଆଉଟ ହୋଇଯାଇଥିଲା । 

    Maximum 500 characters

    ଖେଳ ଖବର View all

    Find Us on Facebook