Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ

    Share on :
    ajab-Image
    Date: Jul 22, 2022    Views: 3630

    ନୂଆଦିଲ୍ଲୀ:: ଆଜି  ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । କୁଇନ୍ସ ପାର୍କ ଗ୍ରାଉଣ୍ଡରେ ପ୍ରଥମ ଦିନିକିଆ ଖେଳିବେ ଦୁଇ ଦଳ । ଶିଖର ଧାୱନଙ୍କ ନେତୃତ୍ବରେ ଯୁବ ଦଳକୁ ନେଇ ଗଠିତ ଭାରତୀୟ ସ୍କ୍ବାର୍ଡ ଉନ୍ନତ ପ୍ରର୍ଦଶନ କରି ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଘରୋଇ ଦଳ ପ୍ରଥମ ମ୍ୟାଚ ଜିତିବାକୁ ପ୍ରସ୍ତୁତି କରିଛି । ମ୍ୟାଚଟି ଜୋରଦାର ହେବା ଅନୁମାନ କରାଯାଉଛି ।

    କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଦଳର ମଙ୍ଗ ଧରିଛନ୍ତି ଶିଖର ଧାୱନ । ବିରାଟ କୋହଲିଙ୍କ ସମେତ ଯଶପ୍ରୀତ ବୁମରା, ମହମ୍ମଦ ସାମି, ଋିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ଏମାନଙ୍କ ଅନୁପସ୍ଥିତି ପରେ ବି ଭାରତୀୟ ଟିମ ଯଥେଷ୍ଟ ଶକ୍ତିଶାଳୀ ରହିଛି । ଯୁବ ଖେଳାଳିଙ୍କ ପାଖରେ ସେମାନଙ୍କୁ ପ୍ରମାଣିତ କରିବା ପାଇଁ ସୁଯୋଗ ରହିଛି । ଯୁବ ଓପନର ଶୁଭମନ ଗିଲ, ଇଷାନ କିଷନ ଓ ଋତୁରାଜ ଗାଏକ୍ବାର୍ଡଙ୍କ ଉପରେ ଆଜି ନଜର ରହିବ । ଘରୋଇ ଦିନିକିଆ କ୍ରିକେଟରେ ଗାଏକ୍ବାର୍ଡଙ୍କ ଭଲ ପ୍ରଦର୍ଶନ ରହିଛି ।ଶ୍ରେୟାସ ଆୟର, ଦୀପକ ହୁଡ୍ଡା ସଞ୍ଜୁ ସାମସନ ଓ ସୂର୍ୟ୍ୟକୁମାର ମଧ୍ୟଭାଗ ସମ୍ଭାଳିବେ । ବୋଲିଂ ବିଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ସ୍ଥାନ ପାଇପାରନ୍ତି । ଯୁବ ଖେଳାଳି କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିଛି । ଦିନିକିଆ ସିରିଜର ନେତୃତ୍ବ ନେବା ଶିଖର ଧାୱନଙ୍କ ପାଇଁ ଆହ୍ବାନପୂର୍ଣ୍ଣ ରହିବ ।
    ସେପଟେ ୱେଷ୍ଟଇଣ୍ଡିଜକୁ ଭାରତକୁ ହରାଇବାକୁ ହେଲେ ଦଳଗତ ପ୍ରଦର୍ଶନ କରିବାକୁ ହେବ । ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ହେବ । କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଭାରତ ଖେଳିଥିବା ଶେଷ ୯ଟି ଦିନିକିଆରେ ୮ଟିରେ ବିଜୟ ହାସଲ କରିଛି । ଅନ୍ୟ ମ୍ୟାଚଟି ବର୍ଷା ପାଇଁ ବାତିଲ ହୋଇଥିଲା । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଦିନିକିଆ ଓ ୫ଟି ଟି-ଟ୍ବେଣ୍ଟି ଖେଳାଯିବ ।

    Maximum 500 characters

    ଖେଳ ଖବର View all

    Find Us on Facebook