Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଜିତିଲା ଭାରତ

    Share on :
    ajab-Image
    Date: Jul 28, 2024    Views: 3336

    ନୂଆଦିଲ୍ଲୀ:  ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଜିତିଲା ଭାରତ। ଘରୋଇ ଶ୍ରୀଲଙ୍କାକୁ ହରାଇଲା ଭାରତ। ୨୧୪ ରନ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ୧୭୦ରନରେ ଅଲଆଉଟ  ଅଧିନାୟକ ସୂର୍ୟ୍ୟକୁମାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିବାବେଳେ ରିୟାନ ପରାଗଙ୍କୁ ୩ ୱିକେଟ ମିଳିଛି।
    ଶ୍ରୀଲଙ୍କାର ପାଲ୍ଲେକେଲେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଓ ଶ୍ରଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ମ୍ୟାଚରେ ଶ୍ରୀଲଙ୍କାକୁ ଭାରତ  ୪୩ ରନରେ ପରାସ୍ତ କରିଛି । ଘରୋଇ ଶ୍ରୀଲଙ୍କା ଦଳର ଅଧିନାୟକ ଚାରିଥ ଆଶାଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ୟ୍ୟ ୨୦ ଓଭରରେ ଭାରତ ୭ ୱିକେଟ ହରାଇ ୨୧୩ ରନ୍ ସଂଗ୍ରହ କରିଥିଲା। ଶୁଭମନ ଗିଲ୍ ୩୪,  ଯଶସ୍ୱୀ ଜୟସ୍ବାଲ ୪,ସୂର୍ୟ୍ୟକୁମାର ଯାଦବ ୫୮, ଋଷଭ ପନ୍ତ ୪୯, ହାର୍ଦ୍ଦିକ ପାଣ୍ଡ୍ୟା ୯, ରିୟାନ ପରାଗ ୭, ରିଙ୍କୁ ସିଂ ୧  , ଅକ୍ଷର ପଟେଲ ୧୦ଏବଂ ରବି ବିଶ୍ନୋଇ ୧ ରନ୍ ସ୍କୋର କରିଥିଲେ। ଭାରତ ପକ୍ଷରୁ ୨୧୪ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଏହାର ପିଛା କରି ଶ୍ରୀଲଙ୍କା ୧୯.୨ ଓଭରରେ ୧୭୦ ରନ ସ୍କୋର ସହ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ପ୍ରଥୁମ ନିଶଙ୍କା ୭୯ ରନ ଓ କୁଶଲ ମେଣ୍ଡିସ ୪୫ ରନ କରିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook