Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

    Share on :
    ajab-Image
    Date: Dec 6, 2025    Views: 2717

    ଭୁବନେଶ୍ୱର:ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫ ଖେଳାଳି। ଆସନ୍ତା ୯ ତାରିଖରେ ବାରବାଟୀ ଟି-୨୦ ମ୍ୟାଚ ପାଇଁ ଏହି ଖେଳାଳିମାନେ ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଡେଭିଡ ମିଲରଙ୍କ ସମେତ ୫ କ୍ରିକେଟର ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରୁ ସେମାନେ ସିଧାସଳଖ ମେ ଫେୟାର ହୋଟେଲକୁ ଯିବେ। ଏଥିପାଇଁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶନିବାର ଭାରତୀୟ ଟି-୨୦ ଦଳର କିଛି ଖେଳାଳି ଆସି ଭୁବନେଶ୍ଵରରେ ପହଞ୍ଚିବାର ରହିଛି। ବର୍ତ୍ତମାନ ଭାରତ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଦିନିକିଆ ଶୃଙ୍ଖଳା ଜାରି ରହିଛି। ସିରିଜର ଆଉ ଗୋଟିଏ ମ୍ୟାଚ ବାକି ଅଛି। ଏହା ପରେ ଟି-୨୦ ସିରିଜ ଆରମ୍ଭ ହେବ।

    Maximum 500 characters

    ଖେଳ ଖବର View all

    Find Us on Facebook