ମୁଖ୍ୟ ଖବର
ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ମୈଦାନରେ ଆଜି ଅଛି ହାଇଭୋଲଟେଜ ମ୍ୟାଚ୍। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ ମ୍ୟାଚ୍।
ଭାରତ ପାଇଁ ଏହି ମ୍ୟାଚ୍ 'କର ବା ମର' ପରିସ୍ଥିତି ସୃଷ୍ଟି କରିବ। କାରଣ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ୫୮ ରନରେ ପରାସ୍ତ ହୋଇ ରନ୍ ରେଟରେ ପଛରେ ରହିଯାଇଛି ଟିମ୍ ଇଣ୍ଡିଆ। ତେଣୁ ହରମନପ୍ରୀତ କୌରଙ୍କ ବାହିନୀକୁ ପାକିସ୍ତାନକୁ ହରାଇ ସମ୍ମାନ ରକ୍ଷା କରିବା ସହ ସ୍ଥିତି ମଜବୁତ କରିବାକୁ ପଡ଼ିବ।
ନ୍ୟୁଜିଲାଣ୍ଡଠୁ ବଡ଼ ବ୍ୟବଧାନରେ ହାରିବା ପରେ ଭାରତ ଗ୍ରୁପ୍-ଏର ଚତୁର୍ଥ ସ୍ଥାନରେ ଥିବାବେଳେ ରନ୍ ରେଟ୍-୨.୯୦ ରହିଛି। ଏଥିପାଇଁ ଭାରତକୁ ଆଜିର ମ୍ୟାଚ୍ ସହ ଆଗକୁ ଥିବା ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ। ସେପଟେ ପାକିସ୍ତାନ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ଦୃଢ ସ୍ଥିତିରେ ରହିଛି। ପାକିସ୍ତାନର ମନୋବଳ ଦୃଢ ଥିବାରୁ ଆଜିର ମ୍ୟାଚ୍ ଭାରତ ପାଇଁ 'କର ବା ମର' ସ୍ଥିତି ସୃଷ୍ଟି କରିବ।
Comments ସମସ୍ତ ମତାମତ