Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ-ପାକିସ୍ତାନ ମ୍ୟାଚ୍‌, ବିକ୍ରି ହୋଇନି ସବୁ ଟିକେଟ

    Share on :
    ajab-Image
    Date: Sep 14, 2025    Views: 2503

    ଦୁବାଇ : ବିଶ୍ୱ କ୍ରିକେଟର ଦୁଇ ଶକ୍ତି ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ କ୍ରିକେଟର ଗ୍ରୁପ୍‌-ବି’ ମୁକାବିଲା ଆଜି ଏଠାରେ ଖେଳାଯିବ। ଏହାକୁ ଏକ ହାଇଭୋଲ୍ଟେଜ ମ୍ୟାଚ୍‌ ବା ଆଉ କେତେକ ମହାମୁକାବିଲା ଭାବେ ବର୍ଣ୍ଣନା କରୁଥିଲେ ମଧ୍ୟ ଏଥର ସେଭଳି ଉତ୍ସାହ ନାହିଁ। ବିଶେଷ କରି ଭାରତ ଓ ପାକିସ୍ତାନ ଯେଉଁଠାରେ ଖେଳିଲେ ମଧ୍ୟ ଏମାନଙ୍କ ମୁକାବିଲା ପୂର୍ବରୁ ଟିକଟ ଅଧଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥାଏ। କିନ୍ତୁ ଏଠାରେ ତାହା ଦେଖିବାକୁ ମିଳିନାହିଁ। ୨୫,୦୦୦ କ୍ଷମତା ବିଶିଷ୍ଟ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଏଯାଏ ଅନେକ ଟିକଟ ବିକ୍ରି ହୋଇପାରି ନାହିଁ। ଏହାର କାରଣ ଯାହା ହେଉନା କାହିଁକି ମ୍ୟାଚ୍‌ରେ ଷ୍ଟାଡିୟମ୍‌ ପୂରା କରିବାକୁ ଆୟୋଜକମାନେ କୌଣସି ଉଦ୍ୟମ ଛାଡ଼ୁନାହାନ୍ତି ଓ ସମସ୍ତ ଟିକଟ ବିକ୍ରି ହୋଇଯିବ ବୋଲି ଆଶା ରଖିଛନ୍ତି।
    ଏହା ମଧ୍ୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗ୍ରୁପ୍‌-ଲିଗ୍‌ ମ୍ୟାଚ୍‌ ଖେଳିସାରିଛନ୍ତି। ଉଭୟ ଦଳ ପ୍ରଥମ ମୁକାବିଲାକୁ ସହଜରେ ଜିତିଥିଲାବେଳେ ଆଜି ମ୍ୟାଚ୍‌ରେ ଯେଉଁ ଦଳ ଜିତିବ, ସେହି ଦଳ ଗ୍ରୁପ୍‌ରେ ପ୍ରଥମସ୍ଥାନ ଅଧିକାର କରିବ ଓ ପ୍ରଥମେ ସୁପର-୪’ରେ ପ୍ରବେଶ କରିବ। ଏଣୁ ଭାରତକୁ ହରାଇବା ଲାଗି ପାକିସ୍ତାନ ଦଳ କୌଣସି ସାମନ୍ୟତମ ସୁଯୋଗକୁ ହାତଛଡ଼ା କରିବ ନାହିଁ ବୋଲି ଆଶାକରାଯାଉଛି।

    ଭାରତ: ସୂର୍ୟ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ (ଉପଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଜିତେଶ ଶର୍ମା (ଉଭୟ ୱିକେଟରକ୍ଷକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶ୍‌ପ୍ରୀତ୍‌ ବୁମ୍‌ରା, ଅର୍ଶଦୀପ ସିଂହ, ହର୍ଷିତ ରାଣା।

    ପାକିସ୍ତାନ: ସଲମାନ ଅଲି ଆଘା (ଅଧିନାୟକ), ଆବ୍ରାର ଅହମ୍ମଦ୍‌, ଫହୀମ ଅଶ୍ରଫ୍‌, ଫକର ଜମାନ, ହାରିସ୍‌ ରୌଫ୍‌, ହାସନ ଅଲି, ହାସନ ନୱାଜ, ହୁସେନ ତଲତ, ଖୁସ୍‌ଦିଲ ଶାହ, ମହମ୍ମଦ୍‌ ହାରିସ୍‌ (ୱିକେଟରକ୍ଷକ), ମହମ୍ମଦ୍‌ ନୱାଜ, ମହମ୍ମଦ୍‌ ୱାସିମ୍‌, ସାହିବଜାଦା ଫରହାନ, ସାଇମ ଆୟୂବ, ସଲମାନ ମିର୍ଜା, ସାହିନ ଆଫ୍ରିଦୀ ଓ ସୁଫିୟାନ ମୁକୀମ୍‌।

    Maximum 500 characters

    ଖେଳ ଖବର View all

    Find Us on Facebook