Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ ୪୬ରନରେ ଅଲଆଉଟ

    Share on :
    ajab-Image
    Date: Oct 17, 2024    Views: 4411

    ବେଙ୍ଗାଲୁରୁ: ବେଙ୍ଗାଲୁରୁ ଟେଷ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପ୍ରଥମ ଇନିଂସରେ ଭାରତୀୟ ଟିମ ମାତ୍ର ୪୬ ରନରେ ଅଲଆଉଟ ହୋଇଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ କୌଣସି ରନ ନକରି ଅର୍ଥାତ ଶୂନରେ ମୋଟ ୫ ଖେଳାଳି ଆଉଟ ହୋଇଛନ୍ତି । କୋହଲି, ସର୍ଫରାଜ, ଜାଡେଜା, କେ.ଏଲ ରହୁଲ ଓ ଆର. ଅଶ୍ୱିନ ବିନା କୌଣସି ସ୍କୋର କରି ଆଉ ହୋଇଛନ୍ତି । ନୁ୍ୟଜିଲାଣ୍ଡର ହେନରୀଙ୍କୁ ୫ ୱିକେଟ ମିଳିଥିବାବେଳେ ରାଉରକେଙ୍କୁ ୪ଟି ୱିକେଟ ମିଳିଛି । 

    ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍। ଗତକାଲିଠାରୁ ମ୍ୟାଚ୍ ଆରମ୍ଭ ହୋଇ ଥିବାବେଳେ ପ୍ରଥମ ଦିନର ଖେଳକୁ ବର୍ଷା ଧୋଇ ନେଇଥିଲା। ବର୍ଷା ଲାଗି ରହିବାରୁ ମ୍ୟାଚ୍ ଆରମ୍ଭ ହୋଇପାରି ନଥିଲା ଫଳରେ ଆଜି ମ୍ୟାଚ୍ ଆରମ୍ଭ ହୋଇଥିଲା। ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ପ୍ରଥମ ଇନିଂସରେ ଦଳ ମାତ୍ର ୪୬ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି। 

    Maximum 500 characters

    ଖେଳ ଖବର View all

    Find Us on Facebook