Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୩୦୭ ରନ୍ କରି ଟିମ୍ ଇଣ୍ଡିଆ ଅଲଆଉଟ୍

    Share on :
    ajab-Image
    Date: Feb 25, 2024    Views: 4921

    ରାଞ୍ଚି: ରାଞ୍ଚିରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୩୦୭ ରନ୍ କରି ଅଲଆଉଟ୍ ହୋଇଛି । ଫଳରେ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୪୬ ରନ୍‌ର ଲିଡ୍ ମିଳିଛି । ପ୍ରଥମ ଇନିଂସରେ ଯଶସ୍ବୀ ଜୈସ୍ବଲ ଓ ଧ୍ରୁବ ଜୁରେଲଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟର ଇଂଲିଶ୍ ବୋଲିଂ ସାମ୍ନା ତିଷ୍ଠି ପାରିନାହାନ୍ତି । ବସିର୍‌ଙ୍କ ସ୍ପିନ୍ ଆଟାକ୍‌ରେ ଘାଇଲା ହୋଇଥିଲେ ସମସ୍ତ ବ୍ୟାଟର । ଫଳରେ ଟିମ୍ ଇଣ୍ଡିଆ ୩୦୭ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଧ୍ରୁବ ଜୁରେଲ ସର୍ବାଧିକ ୯୦ ରନ୍ ସଂଗ୍ରହ କରିଥିବା ବେଳେ ଯଶସ୍ବୀ ଜୈସ୍ବଲ ୭୩ ରନର ଅର୍ଦ୍ଧଶକୀୟ ଇନିଂସ ଖେଳିଥିଲେ । ଇଂଲଣ୍ଡ ପକ୍ଷରୁ ସୋଏବ୍ ବସିରଙ୍କୁ ୫ଟି ଓ୍ବିକେଟ୍ ମିଳିଛି । ସେହିପରି ଟମ୍ ହାର୍ଟିଲିଙ୍କୁ ୩ ଏବଂ ଜେମନ୍ସ ଆଣ୍ଡରସନ ୨ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।  

    Maximum 500 characters

    ଖେଳ ଖବର View all

    Find Us on Facebook