Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଡେବ୍ୟୁ ମ୍ୟାଚରେ ଆକାଶଦୀପଙ୍କ ଦମଦାର ବୋଲିଂ

    Share on :
    ajab-Image
    Date: Feb 23, 2024    Views: 5564

    ନୂଆଦିଲ୍ଲୀ:  ପ୍ରଥମ ପର୍ଦାପଣରେ ରାଞ୍ଚିରେ ଚମକିଲେ ଆକାଶଦୀପ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଆରମ୍ଭରୁ ନିଜର ଘାତକ ବୋଲିଂ ଦେଖାଇଛନ୍ତି ଆକାଶଦୀପ । ଇଂଲଣ୍ଡର ଟପ-୩ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇବାରେ ସକ୍ଷମ ହୋଇଛନ୍ତି ଆକାଶଦୀପ । ବେନ ଡକେଟ, ଓଲି ପୋପ ଓ ଜ୍ୟାକ କ୍ରାଉଲିଙ୍କ ୱିକେଟ ନେଇ ଭାରତକୁ ସୁବିଧାନଜନକ ସ୍ଥିତିରେ ରଖିଛନ୍ତି ଆକାଶଦୀପ ।
    ଚତୁର୍ଥ ଟେଷ୍ଟରେ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଟେଷ୍ଟରେ ଡେବ୍ୟୁ କରିବାକୁ ଆକାଶଦୀପଙ୍କୁ ସୁଯୋଗ ମିଳିଥିଲା । ଡେବ୍ୟୁ ମ୍ୟାଚରେ ହିଁ ଦମଦାର ବୋଲିଂ କରି ସଭିଙ୍କୁ ଚକିତ କରିଛନ୍ତି ଆକାଶଦୀପ । ଭାରତ ପକ୍ଷରୁ ୩୧୩ତମ ଖେଳାଳୀ ଭାବେ ଟେଷ୍ଟ ଡେବ୍ୟୁ କରିଛନ୍ତି ଆକାଶଦୀପ । ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିବା ପରେ ପରିବାରବର୍ଗଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ଆକାଶଦୀପ । ପରିବାର ସାମ୍ନାରେ ଆକାଶଦୀପ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି ।
    ୨୦୧୯ରେ ଘରୋଇ କ୍ରିକେଟରେ ଡେବ୍ୟୁ କରିଥିବା ଆକାଶଦୀପ ଆଇପିଏଲରେ ବାଙ୍ଗାଲୋର ପକ୍ଷରୁ ଖେଳୁଛନ୍ତି । ଘରୋଇ କ୍ରିକେଟରେ ଆକାଶଦୀପଙ୍କ ପ୍ରଭାବୀ ପ୍ରଦର୍ଶନ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଫଳରେ ବୁମରାଙ୍କୁ ବିଶ୍ରାମ ଦିଆଯିବା ପରେ ଆକାଶଦୀପଙ୍କୁ ଟିମରେ ସାମିଲ କରାଯାଇଥିଲା । ରାଞ୍ଚିରେ ବିଜୟ ସହ ଟେଷ୍ଟ ସିରିଜ ନିଜ ନାଁରେ କରିବାକୁ ଉଦ୍ୟମ କରିବ ରୋହିତ ବାହିନୀ । ରାଞ୍ଚିର ଫଳାଫଳ ମଧ୍ୟ ଭାରତ ସପକ୍ଷରେ ପୂର୍ବରୁ ରହି ଆସିଛି । ଭାରତ ଏଠାରେ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏରେ ବିଜୟ ଓ ଅନ୍ୟଟି ଡ୍ର ରଖିବାରେ ସକ୍ଷମ ହୋଇଛି ।

     

    Maximum 500 characters

    ଖେଳ ଖବର View all

    Find Us on Facebook