Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ ପାଇଁ ବିଜୟ ଲକ୍ଷ୍ୟ ୪୦୭ ରନ

    Share on :
    ajab-Image
    Date: Jan 10, 2021    Views: 3083

    ସିଡ଼ନୀ : ଭାରତ ପାଇଁ ୪୦୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ  । ପ୍ରଥମ ଇନିଂସରେ ୩୩୮ ରନ କରିଥିବା ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ପାଳିରେ ୩୧୨ ରନ କରି ପାଳି ଘୋଷଣା କରିଛି  । ସେହିପରି ଭାରତ ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ ହୋଇଯାଇଥିଲା  । ଫଳରେ ବିଜୟ ପାଇଁ ଭାରତ ସକାଶେ ୪୦୭ ରନ ଆବଶ୍ୟକ  । ଅପରପକ୍ଷରେ ଭାରତ ଦ୍ୱିତୀୟ ପାଳି ଆରମ୍ଭ କରି ବିନା ୱିକେଟରେ ୪୦ ରନ ସଂଗ୍ରହ କରିଛି  ।

    ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ୧୩, ପୁକୋଭସ୍କି ୧୦, ମାର୍ଣ୍ଣସ ୭୩, ସ୍ମିଥ ୮୧, ମାଥ୍ୱି ୱାଡେ଼ ୪, କାମେରୁନ ଗ୍ରୀନ ୮୪ ରନ କରିଥିବାବେଳେ ଟିମ ପାଇନେ ୩୯ ରନ ସଂଗ୍ରହ କରିଥିଲେ  ।
    ୪୦୭ ରନର ବିଜୟ ଲକ୍ଷ୍ୟର ପିଛା କରି ଭାରତୀୟ ଦଳ ୪୧ ରନ କରିଛି  । ରୋହିତ ଶର୍ମା ୧୮ ରନ କରିଥିବାବେଳେ ସୁବମନ ଗିଲ ୨୩ ରନ କରି ଅପରାଜିତା ରହିଛନ୍ତି  ।

     

    Maximum 500 characters

    ଖେଳ ଖବର View all

    Find Us on Facebook