Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି୨୦

    Share on :
    ajab-Image
    Date: Jun 9, 2022    Views: 3933

    ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଗୁରୁବାର ଖେଳାଯିବ। ଆସନ୍ତା ବିଶ୍ବକପ୍‌ ପୂର୍ବରୁ ଭାରତକୁ ମୋଟ ୧୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବାର ଅଛି। ଗୁରୁବାର ଭାରତ ଏହି ଅଭିଯାନ ଆରମ୍ଭ କରିବ। ପ୍ରତି ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରତି ଖେଳାଳିଙ୍କୁ ପରଖିବା ମଧ୍ୟ ଆରମ୍ଭ କରିବ। ଦଳର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଶ୍ବକପ୍‌ ପାଇଁ ସଠିକ୍‌ ଦଳ ଗଠନ କରିବା। ଭାରତୀୟ ଦଳ ଏହି ଶୃଙ୍ଖଳା ପାଇଁ ଅର୍ଦ୍ଧାଧିକ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା କିନ୍ତୁ ତା’ର ଶ୍ରେଷ୍ଠ ଦଳ ନେଇ ଭାରତ ଆସିଛି।

    ଆଇପିଏଲ୍‌ ଖେଳିଲେ ଜାତୀୟ ଦଳରେ ସ୍ଥାନ ମିଳିବ ନାହିଁ ବୋଲି ଚେତାବନୀ ଦିଆ ଯାଇଥିଲେ ସୁଦ୍ଧା ଫାଫ୍‌ ଡୁ ପ୍ଲେସି ଓ ଡିୱାଲ୍‌ଡ ବ୍ରେଭିସ୍‌ଙ୍କୁ ଛାଡ଼ି ସମସ୍ତ ପ୍ରମୁଖ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। କାଗିସୋ ରାବାଡା, ଲୁଙ୍ଗି ଏନ୍‌ଗିଡ଼ି, ମାର୍କୋ ୟାନ୍‌ସେନ୍ ଓ ଆନ୍‌ରିଚ୍‌ ନୋର୍ଖିୟା ଦଳରେ ରହିଛନ୍ତି। ଅଲ୍‌ରାଉଣ୍ଡର ଭା​‌େ​‌ବ ଅଛନ୍ତି ଡ୍ବେନ୍ ପ୍ରିଟୋରିୟସ୍ ଓ ୱେନ୍ ପାର୍ନେଲ। କ୍ବିଣ୍ଟନ ଡି କକ୍‌, ଐଡେନ୍ ମାର୍କରାମ ଓ ଡେଭିଡ୍‌ ମିଲରଙ୍କ ପରି ବ୍ୟାଟ୍‌ସମ୍ୟାନ୍ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବା ବେଳେ ସେମାନଙ୍କ ଉପରେ ଦକ୍ଷିଣ ଆଫ୍ରିକାର ଭରସା। ଏହି ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା ବେଳେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ରବୀନ୍ଦ୍ର ଜାଡ଼େଜା, ସୂର୍ୟ୍ୟକୁମାର ଯାଦବ, ଶିଖର ଧାୱନ ପ୍ରଭୃତିଙ୍କୁ ସ୍ଥାନ ଦିଆ ଯାଇନଥିଲା। ଶେଷ ମୁହୂର୍ତ୍ତରେ ଆହତହୋଇ କେ.ଏଲ୍‌. ରାହୁଲ ଓ କୁଲଦୀପ ଯାଦବ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତେଣୁ କାଗଜରେ ଦକ୍ଷିଣ ଆଫ୍ରିକା ଦଳ ବେଶ୍‌ ମଜ୍‌ବୁତ ମନେହେଉଛି।

    ହେଲେ ଘରୋଇ ମାଟିରେ ଭାରତ ନିଶ୍ଚୟ ଶକ୍ତିଶାଳୀ ଦଳ। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବା କିଛି ଖେଳାଳି ଭାରତୀୟ ଦଳରେ ଅଛନ୍ତି। ଋତୁରାଜ ଗାଏକ୍‌ୱାଡ୍‌ ଓ ଈଶାନ୍‌ କିଷନ୍ ଇନିଂସ ଓପନ୍‌ କରିବେ। ମଧ୍ୟକ୍ରମ ସମ୍ଭାଳିବେ ଶ୍ରେୟାସ ଆୟର, ଅଧିନାୟକ ଋଷଭ ପନ୍ତ୍ ଓ ହାର୍ଦିକ ପାଣ୍ଡ୍ୟା। ୬ନଂ ସ୍ଥାନରେ ଦୀପକ ହୁଡା କିମ୍ବା ୩ ବର୍ଷ ପରେ ଦଳକୁ ଫେରିଥିବା ଦିନେଶ କାର୍ତ୍ତିକ ଖେଳିବେ। ୩ ପେସ୍ ବୋଲର ଭାବେ ଭୁବନେଶ୍ବର କୁମାର, ଆଭେସ୍ ଖାଁ ଓ ହର୍ଷଲ ପଟେଲ ଖେଳିବା ନିଶ୍ଚିତ। ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲ ଖେଳିବା ନିଶ୍ଚିତ ହୋଇଥିବା ବେଳେ ୨ୟ ସ୍ପିନର ଭାବେ ରବି ବିଷ୍ଣୋଇ ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣେ ଖେଳିବେ। ଦକ୍ଷିଣ ଆଫ୍ରିକାକୁ ଚୂଡ଼ାନ୍ତ ଏକାଦଶ ଗଢ଼ିବା ପାଇଁ ବହୁତ ବିକଳ୍ପ ରହିଛି। ତେମ୍ବା ବାଭୁମା ନେତୃତ୍ବାଧୀନ ଦକ୍ଷିଣ ଆଫ୍ରିକା ଏକମାତ୍ର ସ୍ପିନର ଭାବେ ତାବ୍ରେଜ୍ ସାମ୍‌ସିଙ୍କୁ ଖେଳାଇବ। ଅତ୍ୟଧିକ ଗରମ ଉଭୟ ଦଳର ଖେଳାଳିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଭାରତର କ୍ରମାଗତ ୧୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛି। ଗୁରୁବାରର ମ୍ୟାଚ୍‌ ଜିତି ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିବାକୁ ଚାହିଁବ ଋଷଭ ପନ୍ତ୍‌ଙ୍କ ଦଳ। ଗତ ୧୦ଟି ଦ୍ବିପାକ୍ଷିକ ଟି୨୦ ଶୃଙ୍ଖଳାରୁ ଭାରତ ମାତ୍ର ଗୋଟିଏ ହାରିଛି।

    Maximum 500 characters

    ଖେଳ ଖବର View all

    Find Us on Facebook