Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବର୍ଷା ଯୋଗୁଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବାତିଲ

    Share on :
    ajab-Image
    Date: Jun 20, 2022    Views: 3201

    ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯାଉଥିବା ଅନ୍ତିମ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଛି । ଲଗାତାର ଦୁଇଟି ମ୍ୟାଚ୍ ଜିତି ସିରିଜ୍ ବିଜୟ ଆଶା ରଖିଥିବା ଭାରତୀୟ ଟିମ୍ ବର୍ଷା ପାଇଁ ନିରାଶ ହୋଇଛି । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ୨-୨ରେ ବରାବର ହୋଇଛି । ବେଙ୍ଗାଲୁରୁରେ ନିର୍ଣ୍ଣାୟକ ମ୍ୟାଚ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସମସ୍ତେ ଆଶା କରିଥିଲେ ଲଗାତାର ଦୁଇଟି ମ୍ୟାଚ୍ ଜିତି ବିଜୟ ଲକ୍ଷକୁ ଫେରିଥିବା ଭାରତୀୟ ଟିମ୍ ଶେଷ ମ୍ୟାଚ୍ ଜିତି ସିରିଜ ହାତେଇବ । ହେଲେ ଆକସ୍ମିକ ବର୍ଷା ସବୁ ଆଶାରେ ପାଣି ପକାଇଦେଇଛି ।

     ଦକ୍ଷିଣଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଖେଳ ଆରମ୍ଭର କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା । କେବଳ ୩.୩ ଓଭର ଖେଳ ଚାଲିପାରି ଥିଲା ଏବଂ ଭାରତୀୟ ଦଳ ୨ ଓ୍ବିକେଟ ବିନିମୟରେ ୨୮ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ବର୍ଷା କାରଣରୁ ମ୍ୟାଚ୍ ବାତିଲ କରିବାକୁ ପଡିଥିଲା ଏବଂ ପଏଣ୍ଟ ଉଭୟଙ୍କ ମଧ୍ୟରେ ବରାବର ବଣ୍ଟା ହୋଇଥିଲା ।ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook