Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦

    Share on :
    ajab-Image
    Date: Nov 19, 2021    Views: 5952

    ରାଞ୍ଚି: ଭାରତୀୟ କ୍ରିକେଟ୍‌ ଟିମ୍‌ ବୁଧବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ମନୋବଳ ବଢ଼ିଯାଇଛି। ପ୍ରଥମ ମୁକାବିଲାରେ ମ୍ୟାଚ ଜିତିଥିବାରୁ ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳୁଥିବା ଟିମ୍‌ ଇଣ୍ଡିଆ ଆଜି ୨ୟ ମ୍ୟାଜ ଜିତିବା ସହିତ ଶୃଙ୍ଖଳା ବିଜୟ ଲକ୍ଷ୍ୟ ରଖିବ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲା ଭାରତୀୟ ସମୟ ରାତି ୭ଟାରୁ ଆରମ୍ଭ ହେବ।  ଏହି ମ୍ୟାଚ୍‌ ରାଞ୍ଚିସ୍ଥିତ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍‌ ଆସୋସିଏଶନ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ ଖେଳାଯିବ। ତେବେ ନ୍ୟୁଜିଲାଣ୍ଡ ମଧ୍ୟ ଭାରତ ସମକକ୍ଷ ହେବା ପାଇଁ ଉଦ୍ୟମ କରିବ। ବର୍ତ୍ତମାନ ଯାଏଁ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ଭାରତ ୧-୦ରେ ଅଗ୍ରଣୀ ରହିଛି।  

    ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ଋତୁରାଜ ଗାଏକ୍ବାଡ୍, ସୂର୍ୟ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ହର୍ଷଲ ପଟେଲ।

    ନ୍ୟୁଜିଲାଣ୍ଡ: ଟିମ୍ ସାଉଦୀ (ଅଧିନାୟକ), ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଟଡ୍ ଆସ୍‌ଲେ, ମାର୍କ ଚାପମ୍ୟାନ୍, ଲୋକି ଫର୍ଗୁସନ୍, ଆଦାମ ମିଲନେ, କାଇଲ ଜାମିସନ୍, ଜିମି ନୀସାମ, ମିଚେଲ ସାଣ୍ଟନର, ଈଶ୍ ସୋଢି।

    Maximum 500 characters

    ଖେଳ ଖବର View all

    Find Us on Facebook