Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ-ଇଂଲଣ୍ଡ୍‌ ଦିନିକିଆ : ଟସ୍‌ ଜିଣି ଭାରତର ବ୍ୟାଟିଙ୍ଗ୍‌

    Share on :
    ajab-Image
    Date: Sep 30, 2023    Views: 6709

    ଗୌହାଟୀ: ଆଜି ଗୌହାଟୀର ବରସାପାରା ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ‘ଆଇସିସି’ ବିଶ୍ବକପ୍‌ ‘ୱାର୍ମ-ଅପ୍‌’ ମ୍ୟାଚ୍‌ରେ ଟସ୍‌ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବା ଲାଗି ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଷ୍ପତ୍ତି ନେଇଛନ୍ତି। ଗୌହାଟୀରେ ଏବେ ପ୍ରବଳ ବର୍ଷା ହେଉଥିବାରୁ ଖେଳ ଆରମ୍ଭ ହୋଇପାରି ନାହିଁ।

    ନିଷ୍ପତ୍ତି ସଂକ୍ରାନ୍ତରେ ବିବୃତି ଦେଇ ଶର୍ମା କହିଛନ୍ତି, ପ୍ର‌ଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେବାରେ ନିର୍ଦ୍ଦିଷ୍ଟ କିଛି କାରଣ ନାହିଁ। ଏଠାରେ ବହୁତ ଗରମ ହେଉଛି। ରାତି ଆଲୁଅରେ ଆମ ବୋଲର୍‌ମାନେ ସତେଜ ରହି ଠିକ୍‌ ଭାବରେ ବୋଲିଙ୍ଗ୍‌ କରନ୍ତୁ ବୋଲି ‌ମୋର ଇଚ୍ଛା। ଇଂଲଣ୍ଡ୍‌ର ଅଧିନାୟକ ଜସ୍‌ ବଟ୍‌ଲର୍‌ କହିଛନ୍ତି, ଚମକପ୍ରଦ ବିଶ୍ବକପ୍‌ ଖେଳିବା ପାଇଁ ଭାରତରେ ପହଞ୍ଚିବା ବଡ଼ କଥା। ଏଠି ପହଞ୍ଚିବା ପାଇଁ ବହୁତ ବାଟ ଅତିକ୍ରମ କରିବାକୁ ପଡ଼ିଛ, ତେଣୁ, ଆଜି ଟିକେ ସତର୍କତାର ସହିତ ଖେଳିବୁ।

    ଭାରତୀୟ ଟିମ୍‌ରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), ଶୁବମନ୍‌ ଗିଲ୍‌, ବିରାଟ କୋହଲି, ଈଶାନ୍‌ କିଷନ୍‌, ଶ୍ରେୟସ୍‌ ଆୟେର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, କୁଳଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ଜସପ୍ରୀତ୍‌ ବୁମ୍‌ରା, ମହମ୍ମଦ୍‌ ସିରାଜ ଓ ମହମ୍ମଦ୍‌ ଶାମି। 

    ସେହିପରି, ଇଂଲଣ୍ଡ୍‌ ଟିମ୍‌ରେ ଖେଳୁଛନ୍ତି: ଡେୱିଡ୍‌ ମାଲାନ୍‌, ଜନି ବେୟାରଷ୍ଟୋ, ଜୋ ରୁଟ୍‌, ହ୍ୟାରି ବ୍ରୁକ୍‌, ଜସ୍‌ ବଟ୍‌ଲର୍‌ (ୱିକେଟ୍‌ରକ୍ଷକ/ଅଧିନାୟକ), ଲିୟାମ୍‌ ଲିଭିଙ୍ଗଷ୍ଟୋନ୍‌, ବେନ୍‌ ଷ୍ଟୋକ୍ସ୍‌, ମୋଇନ୍‌ ଅଲି, କ୍ରିସ୍‌ ୱାଆକ୍ସ୍‌, ସାମ୍‌ କ୍ୟୁରାନ୍‌, ଡେଭିଡ୍‌ ୱିଲି, ଆଦିଲ୍‌ ରଶିଦ୍‌, ଗସ୍‌ ଏଟ୍‌କିନ୍‌ସନ୍‌, ରିସି ଟପ୍‌ଲି ଓ ମାର୍କ ଉଡ୍‌। 

    Maximum 500 characters

    ଖେଳ ଖବର View all

    Find Us on Facebook