ମୁଖ୍ୟ ଖବର
ଚେନ୍ନାଇ : ଚେନ୍ନାଇରେ ଚାଲିଛି ଭାରତ ଓ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ । ତେବେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବ ବିସ୍ତାର କରି ଭାରତକୁ ଘାଇଲା କରିଦେଇଛି ଇଂଲଣ୍ଡ । ଫଳରେ ପରାଜୟର ଦ୍ୱାରଦେଶରେ ଏବେ ଭାରତ ପହଁଚି ଯାଇଛି ।
ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ କରିଥିବାବେଳେ ଦ୍ୱିତୀୟ ଇନିଂସରେ ୧୭୮ ରନ କରିଥିଲା । ଅପରପକ୍ଷରେ ଭାରତ ପ୍ରଥମ ଇନିଂସରେ ୩୩୭ ରନରେ ସୀମିତ ରହିଥିଲା । ଭାରତ ପାଇଁ ଇଂଲଣ୍ଡ ୪୨୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଭାରତୀୟ ଟିମ ୬ ୱିକେଟ ହରାଇ ୧୩୪ ରନ କରିଛି । ତେଣୁ ନିଶ୍ଚିତ ପରାଜୟ ଆଡ଼କୁ ଭାରତ ମୁହାଁଇସାରିଛି । ତେବେ ଅଧିନାୟକ ବିରାଟ କୋହଲି ଏବେବି କ୍ରିଜରେ ତିଷ୍ଠି ରହିଛନ୍ତି ।
ଭାରତର ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା ୧୨, ଗିଲ ୫୦, ପୂଜାରା ୧୫, ରାହାନେ ଶୂନ, ପନ୍ତ ୧୧ ଓ ସୁନ୍ଦର ୦ ରନରେ ଆଉଟ ହୋଇଛନ୍ତି । ଅଧିନାୟକ ବିରାଟ କୋହଲି ୩୨ ରନରେ ଅପରାଜିତ ଥିବାବେଳେ ଅଶ୍ୱିନୀ ୧ ରନ କରିଛନ୍ତି । ମାତ୍ର ୩୭ ଓଭର ଖେଳ ସରିଥିବାବେଳେ ଆହୁରି ୬୫ ଓଭରର ଖେଳ ବାକି ରହିଛି । ଯଦି ବିରାଟ କିଛି କରିସ୍ମା କରିପାରନ୍ତି ତେବେ ଦଳ ମ୍ୟାଚକୁ ଡ୍ର ରଖିବାରେ ସକ୍ଷମ ହୋଇପାରିବ ।
Comments ସମସ୍ତ ମତାମତ