Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା କାନାଡ଼ା ସରକାର

    Share on :
    ajab-Image
    Date: Sep 19, 2023    Views: 3381

    ନୂଆଦିଲ୍ଲୀ : କାନାଡା ଏବଂ ଭାରତ ମଧ୍ୟରେ କିଛି ଦିନହେବ ଲାଗିରହିଥିବା ମତଭେଦ ଏବେ ବଢିବାରେ ଲାଗିଛି। ଖଲିସ୍ତାନୀ ନେତା ହରିଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତକୁ ଦାୟୀ କରୁଛନ୍ତି କାନାଡା ସରକାର। ଆଉ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଏଥିରେ ଭାରତୀୟ କୂଟନୀତିଜ୍ଞମାନେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି କାନାଡା ଭାରତର କୁଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। ଓଟାୱାରେ ଅବସ୍ଥାପତି ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ ବା ‘ର’ ମୁଖ୍ୟଙ୍କୁ ବହିଷ୍କାର କରାଯାଇଛି।

    କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଅଭିଯୋଗ କରିଛନ୍ତି ଯେ ନିଜାରଙ୍କ ହତ୍ୟା ପଛରେ ଭାରତ ସରକାର ଷଡଯନ୍ତ୍ର କରିଥାଇ ପାରନ୍ତି। ପ୍ରଧାନମନ୍ତ୍ରୀ ଜଷ୍ଟିନ ହାଉସ ଅଫ କମନ୍ସକୁ ସମ୍ବୋଧିତ କରି କହିଛନ୍ତି, ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜାର ହତ୍ୟା ପଛରେ ଭାରତ ହାତ ଥିବା ନେଇ ଆମ ପାଖରେ ଅଭିଯୋଗ ହୋଇଛି। ଆମ ସରକାର ଖୁବ ଗୁରୁତର ସହ ଏହାକୁ ଯାଞ୍ଚ କରୁଛି। ସେପଟେ କାନାଡ଼ାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲି କହିଛନ୍ତି, ଏହି ଘଟଣାରେ ଟୁଡେ ସରକାର ତୁରନ୍ତ ଆକ୍ସନ ନେଇଛନ୍ତି। ଏହି ଘଟଣାରେ ଜଣେ ସିନିୟର ଭାରତୀୟ କୁଟନୀତିଜ୍ଞଙ୍କୁ ଭାରତରୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି। କାନାଡର ଏହି ଅଭିଯୋଗକୁ ଖଣ୍ଡନ କରିଛି ଭାରତ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି କାନାଡ଼ାର କୌଣସି ହିଂସାରେ ଭାରତ ସରକାରଙ୍କ ହାତ ନାହିଁ । ଭାରତ ଏକ ଗଣତାନ୍ତ୍ରିକ ଦେଶ । ଆମେ ଆଇନ ଉପରେ ବିଶ୍ୱାସ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook