Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି : ପାକିସ୍ତାନକୁ ହରାଇ ସେମିରେ ଭାରତ

    Share on :
    ajab-Image
    Date: Sep 15, 2024    Views: 4026

    ନୂଆଦିଲ୍ଲୀ : ଚଳିତ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ କ୍ରମାଗତ ୪ଟି ମ୍ୟାଚ୍‌‌ ଜିତି ସେମିଫାଇନାଲରେ ପ୍ରବେଶ କରିସାରିଥିବା ଭାରତ ଅନ୍ତିମ ରାଉଣ୍ଡ ରବିନ ମୁକାବିଲାରେ ଶନିବାର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଛି।  ମ୍ୟାଚ୍‌କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି। ଗ୍ରୁପ ପର୍ୟ୍ୟାୟରେ ଅପରାଜେୟ ରହି ଭାରତୀୟ ପୁରୁଷ ହକି ଦଳ ସେମି ଫାଇନାଲ ଖେଳିବାକୁ ଯାଉଛି।
     ଖେଳାଯାଉଥିବା ମ୍ୟାଚରେ ପାକିସ୍ତାନ ଭାରତକୁ ହରାଇବକେୁ ପୂରା ଚେଷ୍ଟା କରିଥିଲା। ଖେଳର ପ୍ରଥମ ପର୍ୟ୍ୟାୟରେ ପାକିସ୍ତାନର ନଦୀମ ଅହମଦ ଅଷ୍ଟମ ମିନିଟରେ ଗୋଲ ସ୍କୋର କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ହେଲେ ଏହା ପୋର ଭାରତ କମ୍‌ବ୍ୟାକ୍‌ କରିଥିଲା। ୧୩ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ସ୍ଥିତି ୧-୧ କରି ଦେଇଥିଲେ।
    ଏହାପରେ ଖେଳର ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଆଟାକିଂ ଖେଳ ଦେଖାଇଥିଲା। ୧୯ତମ ମିନିଟରେ ଦଳକୁ ପୁଣି ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏଥର ମଧ୍ୟ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ କମାଲ କରିଥିଲେ। ସେ ଗୋଲ ସ୍କୋର ଭାରତକୁ ୨-୧ରେ ଆଗୁଆ ରଖିଥିଲେ। ଏହାପରେ ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଉଭୟ ଦଳକୁ ସୁଯୋଗ ମିଳିଥିଲେ ମଧ୍ୟ କେହି ଗୋଲ୍‌ ସ୍କୋର କରିପାରନଥିଲେ। ଆସନ୍ତା ୧୬ ତାରିଖରେ ସେମି ଫାଇନାଲ ଲଢ଼େଇ ହେବାକୁ ଥିବା ବେଳେ ୧୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

    Maximum 500 characters

    ଖେଳ ଖବର View all

    Find Us on Facebook