Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICC WOMEN T-20

ମୁଖ୍ୟ ଖବର

    ମହିଳା ଟି-୨୦ ବିଶ୍ବକପ: ପାକିସ୍ତାନକୁ ହରାଇଲା ଭାରତ

    Share on :
    ajab-Image
    Date: Feb 13, 2023    Views: 5277

    କେପ୍‌ଟାଉନ: ମହିଳା ଟି-୨୦ ବିଶ୍ବକପରେ ପାକିସ୍ତାନକୁ ହରାଇଲା ଭାରତ। ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତୀୟ ମହିଳା ଦଳ। ଭାରତ ଆଗରେ ୧୫୦ ରନର ଟାର୍ଗେଟ ରଖିଥିଲା ପାକିସ୍ତାନ। ଅପରପକ୍ଷରେ ପାକିସ୍ତାନ ୨୦ ଓଭରରେ ୧୪୯/୪ ସ୍କୋର କରିଥିଲା।

    ରବିବାର ଦକ୍ଷିଣ ଆଫ୍ରିକାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନକୁ ଭାରତ ୭ ୱିକେଟ୍‌ରେ ପରାସ୍ତ କରିଛି। କେପ୍‌ଟାଉନ୍‌ର ନ୍ୟୁଲାଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଜେମିମା ରୋଡ୍ରିଗ୍ସ ଅପରାଜିତ ରହି ୩୮ଟି ବଲ୍‌ ଖେଳି ୫୩ ରନ୍‌ ସଂଗ୍ରହ କରିଛନ୍ତି।

    ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟର ୟାସ୍ତିକା ଭାଟିଆ ୧୭ ରନ୍‌, ସେଫାଲି ବର୍ମା ୩୩ ରନ୍‌ ଓ ଅଧିନାୟିକା ହରମନପ୍ରୀତ କୌର ୧୬ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ୯୩ ରନ୍‌ ବେଳକୁ ଭାରତ ୩ଟି ମୂଲ୍ୟବାନ ୱିକେଟ୍‌ ହରାଇ ସାରିଥିଲା। ତେବେ ଜେମିମା ଓ ରିଚା ଘୋଷ (ଅପରାଜିତ ୩୧ ରନ୍‌) ଧୈର୍ୟ୍ୟର ସହିତ ବ୍ୟାଟିଂ କରି ଭାରତକୁ ବିଜୟ ମୁକୁଟ ପିନ୍ଧାଇଥିଲେ।
    ପାକିସ୍ତାନ ଟିମ୍‌ ଭାରତ ବିପକ୍ଷରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। । ପାକିସ୍ତାନ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୪୯ ରନ୍‌ ସଂଗ୍ରହ କରିବାରେ ସଫଳ ହୋଇଥିଲା।

    ଅଧିନାୟିକା ବିସମା ମାରୁଫ ପାକିସ୍ତାନ ୫୫ଟି ବଲ୍‌ ଖେଳି ୭ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ଅପରାଜିତ ୬୮ ରନ୍‌ କରିଥିଲେ। ସେହିପରି ଆୟେସା ନସୀମ ଅପରାଜିତ ୪୩ ରନ୍‌, ସିଦ୍ରା ଅମୀନ ୧୧ ରନ୍‌ କରିଥିଲେ। ପାକିସ୍ତାନ ମାତ୍ର ୧୦ ରନ୍‌ରେ ପ୍ରଥମ ୱିକେଟ ହରାଇଥିଲା। ୪୨ ରନ୍‌ରେ ୨ୟ, ୪୩ ରନ୍‌ରେ ତୃତୀୟ ଓ ୬୮ ରନ୍‌ରେ ଚତୁର୍ଥ ୱିକେଟ୍‌ର ପତନ ଘଟିଥିଲା।

    ହରମନପ୍ରୀତ କୌରଙ୍କ ନେତୃତ୍ବରେ ଖେଳୁଥିବା ଭାରତ ତରଫରୁ ଦୀପ୍ତି ଶର୍ମା ପ୍ରଥମ ୱିକେଟ୍‌ ନେଇଥିଲେ।‌‌‌ ରାଧା ଯାଦବ ୨ଟି ୱିକେଟ୍‌ ମିଳିଥିବାବେ​‌େ​‌ଳ ପୂଜା ବସ୍ତ୍ରାକରଙ୍କୁ ଗୋଟିଏ ୱିକେଟ୍‌ ନେଇଥିଲେ।

    Maximum 500 characters

    ICC WOMEN T-20 View all

    Find Us on Facebook