Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୩ୟ ଟି-୨: ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

    Share on :
    ajab-Image
    Date: Nov 2, 2025    Views: 3324

    ହୋବାର୍ଟ : ଭାରତ-ଅଷ୍ଟ୍ରେଲିଆ  ୩ୟ ଟି-୨୦ରେ ୫ ୱିକେଟରେ  ବିଜୟ ହାସଲ କରିଛି ଟିମ-ଇଣ୍ଡିଆ । ଏହା ସହିତ ଏହି ସିରଜ ଏବେ ୧-୧ରେ ବରାବର ହୋଇଯାଇଛି ।ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ  ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୬ ରନ କରିଥିଲା । ଦଳ ପକ୍ଷରୁ ଟିମ ଡେଭିଡ୍ ୭୪ ରନ କରିଥିବାବେଳେ ମାର୍କସ ଷ୍ଟୋଇନିସ୍ ୬୪ ଓ ମାଥ୍ୟୁ ସର୍ଟ ୨୬ରନ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀର ସିଂ ୩ଟି ଓ ବରୁଣ ଚକ୍ରବର୍ତ୍ତି ୨ଟି ଓ୍ବିକେଟ ନେଇଥିଲେ । ସେହିପରି ଶିବମ ଦୁବେ ଗୋଟିଏ ଓ୍ବିକେଟ ନେଇଥିଲେ । 
    ଏହାର ଜବାବରେ ଭାରତ ୧୮.୩ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୨୫ ରନ କରିଥିବାବେଳେ ଶୁବମନ ଗିଲ୍ ୧୫ ରନ କରିଥିଲେ । ସେହିପରି ସୂର୍ୟ୍ୟକୁମାର ଯାଦବ ୨୪ରନ କରିଥିବାବେଳେ ତିଳକ ବର୍ମା ୨୯ ରନ କରିଥିଲେ । ଓ୍ବାସିଂଟନ ସୁନ୍ଦର ୪ ଛକା ୩ ଚୌକା ସହ ୪୯ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ୍ ୩ଟି ୱିକେଟ ନେଇଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook