Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ; ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

    Share on :
    ajab-Image
    Date: Mar 1, 2023    Views: 3396

    ଇନ୍ଦୋର:ଇନ୍ଦୋରର ହୋଲକର ଷ୍ଟାଡିୟମରେ  ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ । ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ଜିତି ସିରିଜ୍ କବଜା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ ।
    ସେପଟେ ସ୍ମିଥ୍‌ଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଛି କଙ୍ଗାରୁ ଦଳ । ତୃତୀୟ ଟେଷ୍ଟ ଜିତି ସିରିଜକୁ ପ୍ରବେଶ କରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ । ଏପଟେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ପାଇଁ ପୁଣି ଥରେ ଘାତକ ସାଜିପାରନ୍ତି ଭାରତୀୟ ସ୍ପିନର ।
    ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ଟେଷ୍ଟ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ପରାଜିତ କରିଛନ୍ତି । ପ୍ରଥମ ଟେଷ୍ଟରେ ରୋହିତ-ଆଣ୍ଡ-କୋ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇଥିଲା । ସେହିପରି ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା । ଟିମ୍ ଇଣ୍ଡିଆ ପାଇଁ ଏହି ଟେଷ୍ଟ୍ ବେଶ୍ ଗୁରୁତ୍ବପୂର୍ଣ୍ଣ । ଭ୍ରମଣକାରୀ ଦଳକୁ ତୃତୀୟ ମ୍ୟାଚରେ ମାତ୍ ଦେଇ ବିଶ୍ବ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଇ ପ୍ରବେଶ କରିବାକୁ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।

    ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି । କେଏଲ ରାହୁଲଙ୍କ ସ୍ଥାନରେ ସୁବମନ୍ ଗିଲକୁ ସୁଯୋଗ ମିଳିଛି । ସେହିପରି ମହମ୍ମଦ ସାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ଅଷ୍ଟ୍ରେଲିଆ ଦଳରେ ମଧ୍ୟ ଦୁଇ ପରିବର୍ତ୍ତନ କରାଯାଉଛି ।

    Maximum 500 characters

    ଖେଳ ଖବର View all

    Find Us on Facebook