Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜିଠୁ ପୁଣି ଭାରତ-ଆମେରିକା ବାଣିଜ୍ୟ ଆଲୋଚନା

    Share on :
    ajab-Image
    Date: Sep 16, 2025    Views: 4105

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ପୁଣି  ଥରେ ଆରମ୍ଭ ହେବାକୁ ଯାଉଛି ଦ୍ୱିପାକ୍ଷିକ ବାଣିଜ୍ୟିକ ଆଲୋଚନା । ବହୁ  ଦିନ ଧରି ବାଣିଜ୍ୟ ବିବାଦ ପରେ ଏବେ ପୁଣି ଥରେ ଉଭୟ ଦେଶ  ଆଲୋଚନା ପାଇଁ ଅଣ୍ଟା ଭିଡ଼ିଛନ୍ତି ।  ଆଲୋଚନାରେ ଯୋଗଦେବା ପାଇଁ  ଆମେରିକାର ମୁଖ୍ୟ ଆଲୋଚକ ତଥା ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ  ଆମେରିକାର ସହ-ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡୋନ୍‌ ଲିଞ୍ଚ୍‌ ଭାରତରେ ପହଞ୍ଚିଛନ୍ତି । ସେ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଏକ ଦ୍ୱିପାକ୍ଷିକ  ବାଣିଜ୍ୟ ଚୁକ୍ତି ଉପରେ ମଙ୍ଗଳବାର ଆଲୋଚନା କରିବେ । 

    ଏ ପରିପ୍ରେକ୍ଷୀରେ ହ୍ୱାଇଟ୍‌ ହାଉସ୍‌ ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋ କହିଛନ୍ତି ଯେ, ଭାରତ ପୁଣି ଥରେ ଆଲୋଚନା ଟେବୁଲକୁ ଫେରୁଛି ।  ଭାରତୀୟ ସାମଗ୍ରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍‌  ଲାଗୁ ହେବାର କେଇ ସପ୍ତାହ ପରେ ପୁନଃ  ଆଲୋଚନା ପାଇଁ ଆଗକୁ ଆସିଛନ୍ତି ଉଭୟ  ରାଷ୍ଟ୍ର । ଆଲୋଚନାରେ ଭାରତ ପକ୍ଷରୁ ମୁଖ୍ୟ  ଆଲୋଚକ ରହିବେ ବାଣିଜ୍ୟ ବିଭାଗର ସ୍ୱତନ୍ତ୍ର  ସଚିବ ରାଜେଶ ଅଗ୍ରୱାଲ । ଅଗ୍ରୱାଲ କହିଛନ୍ତି  ଯେ, ଭାରତ ଏବଂ ଆମେରିକା ବାଣିଜ୍ୟିକ  ଆଲୋଚନାକୁ ଦ୍ରୁତ କରିବେ । କିଛି ଦିନ ହେବ ଦୁଇ  ଦେଶ ମଧ୍ୟରେ ବାଣିଜ୍ୟିକ ତିକ୍ତତା ଲାଗି ରହିଛି ।  ଭାରତ ଉପରେ ୫୦% ଶୁଳ୍କ ଲଦିଛି ଆମେରିକା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook