Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଇଣ୍ଡିଆ ମେଣ୍ଟର ଅନଲାଇନରେ ବଡ଼ ବୈଠକ

    Share on :
    ajab-Image
    Date: Oct 22, 2026    Views: 2723

    ନୂଆଦିଲ୍ଲୀ: ଅନଲାଇନରେ ହେବ ଇଣ୍ଡିଆ ମେଣ୍ଟର ବୈଠକ । ଭୋଟ ଚୋରି ପ୍ରସଙ୍ଗରେ ଆନ୍ଦୋଳନର ରୂପରେଖ ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାପ ପକାଇବା ପାଇଁ ଗୁରୁବାର ସନ୍ଧ୍ୟାରେ ଇଣ୍ଡିଆ ମେଣ୍ଟର ଅନଲାଇନ ବୈଠକ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ଜଣାପଡିଛି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଆସନ୍ତା ନଭେମ୍ବର 1ରେ ଦିଲ୍ଲୀରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ରାଲି ପ୍ରସ୍ତୁତିର ସମୀକ୍ଷା ଏହି ବୈଠକରେ କରାଯିବ । ଗତ ସପ୍ତାହରେ ଭୋଟ ଚୋରି ଅଭିଯୋଗକୁ ନେଇ ଆନ୍ଦୋଳନ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଅକ୍ଟୋବର 12 ରେ ବିରୋଧୀ ଦଳର ପ୍ରମୁଖ ନେତା, କାର୍ଯ୍ୟକର୍ତ୍ତା ଓ ସମର୍ଥକ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମାର୍ଚ୍ଚ ଫର ଡେମୋକ୍ରାସିରେ ଅଂଶଗ୍ରହଣ କରିଥିଲେ ।
    ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବା ସହ ନିର୍ବାଚନ ଅନିୟମିତତା ଅଭିଯୋଗ ଆଣି ଭୋଟର ତାଲିକାର SIR ବିରୁଦ୍ଧରେ ଏକ ମିଳିତ ଆବେଦନ ଦାଖଲ କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଅକ୍ଟୋବର 13 ତାରିଖରେ ତାଙ୍କ ବାସଭବନରେ ଇଣ୍ଡିଆ ମେଣ୍ଟ ନେତା ମାନଙ୍କୁ ଚା' ପାନ ପାଇଁ ଆମନ୍ତ୍ରଣ କରିଥିଲେ। ବୈଠକ ପରେ ବିରୋଧୀ ମେଣ୍ଟ ଭୋଟ ଚୋରି ଲଢ଼େଇକୁ ସମାଧାନ ପର୍ଯ୍ୟନ୍ତ ନେବା ସହ ପ୍ରତିବାଦ ଜାରି ରଖିବାକୁ ଶପଥ ନେଇଥିଲା।

    ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ବିରୋଧରେ ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ଶକ୍ତି ପ୍ରଦର୍ଶନ ପାଇଁ କଂଗ୍ରେସ ପ୍ରସ୍ତୁତି ଜୋରଦାର କରିଛି। ଏଥିପାଇଁ ଦିଲ୍ଲୀର ପଡ଼ୋଶୀ ରାଜ୍ୟ ଉତ୍ତର ପ୍ରଦେଶ ଓ ହରିୟାଣାର କଂଗ୍ରେସ ସଂଗଠନ ସହ ଦଳ ସମନ୍ୱୟ ରକ୍ଷା କରୁଛି। ଏହି ଦୁଇ ରାଜ୍ୟକୁ ସମାବେଶରେ ଅଧିକ ସଂଖ୍ୟାରେ ଲୋକଙ୍କୁ ସାମିଲ କରିବାର ଦାୟିତ୍ୱ ଦିଆଯାଇଛି।

    କଂଗ୍ରେସ ଏହି ମହାସମାବେଶ ପାଇଁ ସମର୍ଥନ ଯୋଗାଡ଼ କରିବାରେ ନେତୃତ୍ୱ ନେଇଛି। ବିରୋଧୀ ମେଣ୍ଟ INDIAର ମୁଖ୍ୟ ଅଂଶୀଦାର ଭାବେ କଂଗ୍ରେସ ନିକଟରେ ଦିଲ୍ଲୀର ରାଜରାସ୍ତାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲା। ଏହାପରଠାରୁ ବିଭିନ୍ନ ରାଜ୍ୟରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ଆନ୍ଦୋଳନ ଜାରି ରଖିଛନ୍ତି। INDIA ମେଣ୍ଟର ଅନ୍ୟ ସହଯୋଗୀ ଦଳଗୁଡ଼ିକ ମଧ୍ୟ ନଭେମ୍ବର ୧ର ସମାବେଶରେ ନିଜ ନିଜ ସମର୍ଥକଙ୍କୁ ସାମିଲ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook