Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଆଜି ୭୭ତମ ସ୍ୱାଧୀନତା ଦିବସ

    Share on :
    ajab-Image
    Date: Aug 15, 2023    Views: 3431

    ଭୁବନେଶ୍ୱର: ଆଜି ୭୭ ତମ ସ୍ୱାଧୀନତା ଦିବସ । ଏଥିପାଇଁ ରାଜଧାନୀ ହୋଇଯାଇଛି ତ୍ରିରଙ୍ଗାମୟ । କିଏ ରାସ୍ତା କଡ଼ରେ ପତାକା ବିକ୍ରି କରୁଛି ତ କିଏ ଦୋକାନରେ । ଏମିତି କିଛିଦିନ ହେଲା ରାଜଧାନୀ ବାଟେ ଘାଟେ ତ୍ରିରଙ୍ଗା ପତାକା ଦେଖିବାକୁ ମିଳୁଛି । ଛାତ୍ରଛାତ୍ରୀ ତ ପତାକା କିଣନ୍ତି, ସାଧାରଣ ଲୋକ ମଧ୍ୟ ଆଗ୍ରହର ସହ ପତାକା କିଣୁଛନ୍ତି । ତ୍ରିରଙ୍ଗା ଉଡାଇଟ୍ଟ ବନ୍ଦେ ମାତରମ୍‌ ଗାନ କରି ରାଜଧାନୀବାସୀ ପାଳନ କରୁଛନ୍ତି ସ୍ୱାଧୀନତା ଦିବସ । ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ଶିକ୍ଷାନୁଷ୍ଠାନ, ବିଭିନ୍ନ ସଂଗଠନ, କ୍ଲବ, ଏପରକି ଘରେ ଘରେ ସବୁଠି ଉଡ଼ିବ ତ୍ରିରଙ୍ଗା । ଅନେକଙ୍କ କାର ଓ ବାଇକ ଆଗରେ ଫର୍‌ଫର୍‌ ଉଡୁଛି ତ୍ରିରଙ୍ଗା ।
    ହର୍‌ ଘର ତ୍ରିରଙ୍ଗା ଅଭିଯାନରେ ସୋମବାର ଘରେ ଘରେ ତ୍ରିରଙ୍ଗା ଲଗାଇଛନ୍ତି ରାଜଧାନୀବାସୀ । ବସ୍ତି ଅଞ୍ଚଳରୁ ଭିଆଇପି ଆଉ ଭିଭିଆଇପି କଲୋନୀରେ ତ୍ରିରଙ୍ଗା ଲାଗିଛି । ଦୋକାନୀମାନେ ମଧ୍ୟ ପତାକା ଲଗାଇଛନ୍ତି । ସ୍କୁଲରେ ସକାଳୁ ପ୍ରଭାତ ଫେରି କରାଯାଇ ସ୍ୱାଧୀନତା ଦିବସକୁ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି । 

    Maximum 500 characters

    ଘରକରଣ View all

    Find Us on Facebook