Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆୟକର, ଫାସ୍‌ଟ୍ୟାଗ୍‌ ଲାଗି ନୂଆ ନିୟମ ଲାଗୁ ହେବ

    Share on :
    ajab-Image
    Date: Apr 1, 2024    Views: 4022

    ନୂଆଦିଲ୍ଲୀ: ଏପ୍ରିଲ ୧ରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି। ନୂଆ ଆର୍ଥିକ ବର୍ଷ‌ର ପ୍ରଥମ ଦିନରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ଆର୍ଥିକ ‌କ୍ଷେତ୍ର ସହ ଜଡ଼ିତ ଅନେକ ପରିବର୍ତ୍ତନ ଲୋକଙ୍କ ଉପରେ ପ୍ରଭାବ ପକାଇବ। ଆୟକର, ଫାସ୍‌ଟ୍ୟାଗ୍‌ ଲାଗି ନୂଆ ନିୟମ ଲାଗୁ ହେବ।

    ପହିଲାରୁ ନୂଆ ଟିକସ ବ୍ୟବସ୍ଥାକୁ ଆୟକର ପ୍ରଦାନ କ୍ଷେତ୍ରରେ ଡିଫଲ୍ଟ ସେଟିଂ ବା ପୂର୍ବରୁ ଧାର୍ୟ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ। ଅର୍ଥାତ ଯଦି ଜଣେ ଟିକସ ପ୍ରଦାନକାରୀ ପୁରୁଣା ଟିକସ ଢାଞ୍ଚାକୁ ନିଜଆଡ଼ୁ ଚୟନ ନକରିବେ ତାହେଲେ ସେ ନୂଆ ଟିକସ ଢାଞ୍ଚାରେ ହିଁ ଟିକସ ପ୍ରଦାନ କରିବେ। ନୂଆ ଟିକସ ଢାଞ୍ଚାରେ ଜଣକୁ ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ। ନୂଆ ଆୟକର ସ୍ଲାବ୍‌ ଅନୁସାରେ ୩ ଲକ୍ଷ ୧ ଟଙ୍କାରୁ ୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ୫%,
    ୬ ଲକ୍ଷ ୧ ଟଙ୍କାରୁ ୯ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ ୧୦%, ୯ ଲକ୍ଷ ୧ ଟଙ୍କାରୁ ୧୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ ୧୫%, ୧୨ ଲକ୍ଷ ୧ ଟଙ୍କାରୁ ୧୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ ୨୦% ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟିକସ ଦେବାକୁ ହେବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ନିୟମ ବଦଳିବ। ପହିଲାରୁ ଚାକିରି ବଦଳାଇଲେ ଇପିଏଫ୍‌ ଖାତା ଓ ସେଥିରେ ଥିବା ବଳକା ଅର୍ଥ ଆପେ ସ୍ଥାନାନ୍ତର ହୋଇଯିବ। ପୂର୍ବରୁ ଏହି କାମ ମାନୁଆଲ୍‌ ଭାବେ ହେଉଥିଲା। ଆସନ୍ତାକାଲିଠାରୁ ସେହି ପ୍ରକ୍ରିୟା ସ୍ବୟଂକ୍ରିୟ ହେବ।

    ସେହିପରି, ଫ୍ୟାସଟ୍ୟାଗ୍‌ ସହ ଜଡ଼ିତ ନିୟମ ବି ବଦଳିବ। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଫାସଟ୍ୟାଗ୍‌ ବ୍ୟବହାରକାରୀଙ୍କ ପାଇଁ କେୱାଇସ ଅପଡେଟ୍‌ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ଧାର୍ୟ୍ୟ କରିଥିଲା। ଯଦି ଗାଡ଼ିମାଲିକମାନେ ଫାସଟ୍ୟାଗ୍‌ କେୱାଇସି ଅପଡେଟ୍‌ କରି ନଥିବେ ତାହେଲେ ଫାସଟ୍ୟାଗ୍‌ ବନ୍ଦ ହୋଇଯାଇପାରେ। ଏନଏଚଏଆଇ ପୂର୍ବରୁ ଘୋଷଣା କରି କହିଥିଲା ୱାନ୍‌ ଭେଇକିଲ୍‌, ୱାନ୍‌ ଫାସଟ୍ୟାଗ୍‌ ଅଭିଯାନ ଅଧୀନରେ ବିନା କେୱାଇସିରେ ଫାସଟ୍ୟାଗ୍‌ର କଳା ତାଲିକାଭୁକ୍ତ କିମ୍ବା ନିଷ୍କ୍ରିୟ କରାଯିବ। ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ପୂର୍ବରୁ କହିଥିଲା ଯେ ୨୦୨୪ ଏପ୍ରିଲ ପହିଲାରୁ ବୀମା ପଲିସି ଡିଜିଟାଇଜ୍‌କୁ ବାଧ୍ୟତାମୂଳକ କରାଯିବ। ଫଳରେ ଏହି ନିର୍ଦ୍ଦେଶ ଅନୁଯାୟୀ, ଜୀବନ, ସ୍ବାସ୍ଥ୍ୟ ଏବଂ ସାଧାରଣ ବୀମା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ସେମାନଙ୍କ ପଲିସକୁ ଇଲେକ୍ଟ୍ରୋନିକ ରୂପରେ ଜାରି କରିବେ। ଏଥସହିତ ବୀମା ପଲିସିର ସରେଣ୍ଡର ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହେବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook