ମୁଖ୍ୟ ଖବର
ନୂଆଦିଲ୍ଲୀ:ମୃତ୍ୟୁ ସସପେନ୍ସ ଉପରୁ ଉଠିଲା ପରଦା। ଜୀବିତ ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଜେଲରେ ଇମ୍ରାନ ସୁସ୍ଥ ଥିବା ନେଇ ବୟାନ ଜାରି କଲା ଜେଲ ପ୍ରଶାସନ। ପାକିସ୍ତାନର ଆଦିୟାଲ୍ ଜେଲ ପ୍ରଶାସନ ପକ୍ଷରୁ ଜାରି ହୋଇଛି ବୟାନ।
ସୂଚନାନୁଯାୟୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିବା ଖବର ସାରା ବିଶ୍ୱରେ ଚହଳ ପକାଇଛି । ବୁଧବାର ସେ ଜେଲରେ ପ୍ରାଣ ହରାଇଥିବା ଖବର ଆସିଥିଲା । ଏବେ ଜେଲ କର୍ତ୍ତୃପକ୍ଷ ଏ ଖବରକୁ ମିଛ କହିବା ସହ ଖାରଜ କରିଛନ୍ତି । ପାକିସ୍ତାନ ତେହରିକ୍ ପାର୍ଟି ତଥା ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ଜେଲରୁ ବାହାରକୁ ସ୍ଥାନାନ୍ତର କରାଯାଇଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଇମ୍ରାନ ଜେଲରେ ଅଛନ୍ତି ଏବଂ ସୁସ୍ଥ ଥିବା ଜେଲ ପକ୍ଷରୁ କୁହାଯାଇଛି ।ରାଓ୍ୱଲପିଣ୍ଡି ଜେଲ ପକ୍ଷରୁ କୁହାଯାଇଛି ଯେ, ଅଦିୟାଲା ଜେଲରୁ ଇମ୍ରାନଙ୍କ ସ୍ଥାନାନ୍ତର ଖବରରେ କୌଣସି ସତ୍ୟତା ନାହିଁ । ସେ ସୁସ୍ଥ ଅଛନ୍ତି ଏବଂ ସମସ୍ତ ସୁବିଧା ପ୍ରଦାନ କରାଯାଉଛି । ସେହିପରି ଇମ୍ରାନଙ୍କୁ ଫାଇଭ୍ ଷ୍ଟାର୍ ହୋଟେଲ ଭଳି ସୁବିଧା ମିଳୁଥିବା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫ୍ କହିଛନ୍ତି
ଇମ୍ରାନଙ୍କ ମୃତ୍ୟୁ ନେଇ ଖବରଆଫଗାନିସ୍ତାନ ଏବଂ ପାକିସ୍ତାନର ବିଭିନ୍ନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜେଲରେ ଇମ୍ରାନଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଚାର କରିଥିଲେ । ପାକିସ୍ତାନ ତେହରିକ-ଏ ଇନସାଫର ଜଣେ ସଦସ୍ୟ କହିଥିଲେ, ଇମ୍ରାନଙ୍କ ଭଉଣୀ ନୋରିନୀ ନିଆଜୀ, ଆଲୀମା ଖାନ ଏବଂ ଡ. ଉଜମା ଖାନ ଆଦିଆଲା ଜେଲରେ ନିଜ ଭାଇ ଇମ୍ରାନ ଖାନଙ୍କୁ ସାକ୍ଷାତ କରିବାକୁ ଦାବି କରିଥିଲେ । ଏହି ସମୟରେ ସେମାନଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିଲା। ଏହା ବିରୋଧରେ ସେମାନେ ଜେଲ୍ ସାମ୍ନାରେ ପ୍ରତିବାଦ କରିଥିଲେ ।
Comments ସମସ୍ତ ମତାମତ