Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ଏକ ଆକ୍ସନ:ପାକିସ୍ତାନରୁ ଆମଦାନୀ-ରପ୍ତାନୀ ବନ୍ଦ

    Share on :
    ajab-Image
    Date: May 3, 2025    Views: 3164

    ନୂଆଦିଲ୍ଲୀ: ପାକିସ୍ତାନ ଉପରେ ପୁଣି ଏକ ଆକ୍ସନ ନେଲା ଭାରତ । ପାକିସ୍ତାନରୁ ଆମଦାନୀ-ରପ୍ତାନୀ ବନ୍ଦ । ସମସ୍ତ ପ୍ରକାର ଆମଦାନୀ-ରପ୍ତାନୀକୁ ବ୍ୟାନ କଲେ ଭାରତ ସରକାର । ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନ ସହ ଆମଦାନୀ-ରପ୍ତାନୀ ଉପରେ ଲାଗିଲା କଟକଣା । ଆମଦାନୀ-ରପ୍ତାନୀ ବ୍ୟାନ ନେଇ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ।ତେବେ ଦେଶର ସୁରକ୍ଷା ଏବଂ ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ପାକିସ୍ତାନ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା ଭାରତ । ପୂର୍ବରୁ ଅନେକ ଆକ୍ସନ ନେଇ ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ । ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ଜଳ ଷ୍ଟ୍ରାଇକ ସହ ସିନ୍ଧୁ ନଦୀ ଚୁକ୍ତି ବାତିଲ ଏବଂ ପାକିସ୍ତାନୀଙ୍କ ଭିସା ବାତିଲ ଭଳି ବଡ ପଦକ୍ଷେପ ନେଇଛି ଭାରତ । ପାକିସ୍ତାନ ପାଇଁ ନିଜର ଏୟାରସ୍ପେସ୍ ବନ୍ଦ କରିବା ସହ ପାକିସ୍ତାନର କଳାକାର, ଖେଳାଳୀ, ନେତା ଏବଂ ପ୍ରଧାନମନ୍ତ୍ରୀଙ୍କୁ ୟୁଟ୍ୟୁବ ଏବଂ ସୋସିଆଲ ମିଡିଆ ବନ୍ଦ କରିବା ପରେ ଏବେ ଆମଦାନୀ-ରପ୍ତାନୀ ବନ୍ଦ କରିଛି । 

    ଗତ ଏପ୍ରିଲ ୨୨ରେ ଜମ୍ମୁ କଶ୍ମୀର ପହଲଗାମର ବୈସନର ଘାଟିରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୬ ପର୍ୟ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଦୁଇ ଦଶ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି । ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛନ୍ତି ଭାରତ ସରକାର । ପ୍ରଥମେ ୱାଟର ଷ୍ଟ୍ରାଇକ୍‌ରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିଥିଲା । ଏହା ପରେ ଡିଜିଟାଲ ଷ୍ଟ୍ରାଇକ୍‌ରେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ଅଭିନେତାଙ୍କ ୟୁଟ୍ୟୁବ ଓ ଏକ୍ସ ଆକାଉଣ୍ଟ ବ୍ଲକ କରିଥିଲେ । ସେହିପରି ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ସହ ଅଟାରୀ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook