Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

    Share on :
    ajab-Image
    Date: Jun 3, 2026    Views: 3536

    ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶା କଥା ଦେଖିଲେ, ଉତ୍ତର ଓଡ଼ିଶାରେ ସାମାନ୍ୟରୁ କମ୍ ବର୍ଷା ଏବଂ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ତାଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି IMD ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
    ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଭୁବନେଶ୍ବରଠାରେ ଡକ୍ଟର ମହାପାତ୍ର କହିଛନ୍ତି ଯେ, ପୁରୀରେ ହେଉଥିବା ବ୍ରିକ୍ସ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକରେ ଯେଉଁସବୁ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି, ତା ଉପରେ ପର୍ଯ୍ୟାଲୋଚନା କରାଯାଉଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତକୁ ଯେଉଁ ସଫଳତା ମିଳିଛି, ସେ ସଂପର୍କରେ ସାରା ବିଶ୍ବକୁ ଜଣାଇବାରେ ଏହି ସମ୍ମିଳନୀ ଏକ ମାଧ୍ୟମ ସୃଷ୍ଟି କରିବ ବୋଲି ସେ ସୂଚନା ଦେଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook