Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୮ ଯାଏ ବଢ଼ିଲା ଇଗ୍ନୋ ନାମଲେଖା

    Share on :
    ajab-Image
    Date: Feb 17, 2026    Views: 2566

    ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜାନୁଆରୀ ଶିକ୍ଷା ସତ୍ର ପାଇଁ ନାମଲେଖା ଅବଧି ବୃଦ୍ଧି କରାଯାଇଛି । ଏଥିସହ ପୁନଃ ପଞ୍ଜୀକରଣ ସୁଯୋଗ ମଧ୍ୟ ମିଳିବ । ପୁନଃ ପଞ୍ଜୀକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଫି ଦେବାକୁ ପଡ଼ିବ । ଆଗ୍ରହୀ ଛାତ୍ରଛାତ୍ରୀମାନେ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋ ୱେବ୍ସାଇଟ୍ https://ignouadmission.samarth.edu.in/କୁ ଦେଖିବାକୁ କୁହାଯାଇଛି ।

    ଅଣ୍ଡର ଗ୍ରାଜୁଏଟ୍ (ବିଏସ୍‌ସିଏମ୍, ବିକମ୍ଏଫ୍, ବିଏଏମ୍) ପାଠ୍ୟକ୍ରମରେ ନାମଲେଖାଇବାକୁ ଚାହୁଥିବା ଅନୁସୂଚିତ ଜାତି, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଦେୟ ଓ ପୁନଃ ପଞ୍ଜୀକରଣ ଦେୟ ୫୦%ଛାଡ଼ କରାଯାଇଛି ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook