Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମୁଖ୍ୟ ସଚିବଙ୍କୁ ଭାରତୀୟ ବିଦେଶ ସେବା ଅଧିକାରୀଙ୍କ ସୌଜନ୍ୟ ମୂଳକ ସାକ୍ଷାତ

    Share on :
    ajab-Image
    Date: Jan 21, 2026    Views: 3236

    ଭୁବନେଶ୍ୱର: ଗୋପବନ୍ଧୁ ପ୍ରଶାସନିକ  ଏକାଡେମୀ, ଭୁବନେଶ୍ୱରରେ  ପ୍ରଶିକ୍ଷଣ ନେଉଥିବା ୨୦୨୫ ବ୍ୟାଚର ୬ ଜଣ ଭାରତୀୟ ବିଦେଶ ସେବା ଅଧିକାରୀ  ଆଜି ମୁଖ୍ୟ ଶାସନ  ସଚିବ, ଓଡ଼ିଶା ଶ୍ରୀମତୀ ଅନୁ ଗର୍ଗ ଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ l  ରାଜ୍ୟ ସଂଯୋଜିତ ପ୍ରଶିକ୍ଷଣ ନେଉଥିବା ଏହି ଆଇଏଫଏସ ଅଧିକାରୀମାନଙ୍କ ସହିତ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ଓଡ଼ିଶା ସମ୍ପର୍କ ରେ ଦୀର୍ଘ ସମୟ ଆଲୋଚନା କରିଥିଲେ l ଓଡ଼ିଶାର ବିକାଶର ଧାରା, ଆଗାମୀ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅଧିକାରୀମାନେ ଯେତେବେଳେ ବିଭିନ୍ନ ରାଜ୍ୟକୁ ଦେଶ ବିଦେଶରେ ଉପସ୍ଥାପିତ କରିବେ, ଏହା ପୂର୍ବରୁ ରାଜ୍ୟ ସମ୍ପର୍କରେ ଅଧିକ ଜ୍ଞାନ ଆହରଣର ଆବଶ୍ୟକତା ରହିଛି l ଏହି ପରିପ୍ରେକ୍ଷୀରେ ସେମାନଙ୍କର ଓଡ଼ିଶାରେ ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ l
    ମୁଖ୍ୟ ଶାସନ ସଚିବ ଓଡ଼ିଶାର  କୃଷି, ଶିଳ୍ପ, ପ୍ରାକୃତିକ ସମ୍ପଦ, ପର୍ଯ୍ୟଟନ, ବିପର୍ଯ୍ୟୟ ପରିଚାଳନା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l ପ୍ରଶିକ୍ଷାର୍ଥୀମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି, ଅନ୍ୟ ବିଭିନ୍ନ ଜିଲ୍ଲା ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l 
    ଏହି ସାକ୍ଷାତ  ସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀର ଉପ ମହା ନିର୍ଦ୍ଦେଶକା ଶ୍ରୀମତୀ ମୋନାଲିସା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ l

    Maximum 500 characters

    ତାଜା ଖବର View all

    Find Us on Facebook