Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଇଇଡି ବିସ୍ଫୋରଣ: ୪ ଯବାନ ସହିଦ

    Share on :
    ajab-Image
    Date: May 3, 2026    Views: 3022

    କାଙ୍କେର: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଶନିବାର ଆଇଇଡି (ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ୍ ଡିଭାଇସ୍‌) ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (DRG)ର ୪ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟର ଅଛନ୍ତି।ସହିଦ ଯବାନମାନେ ହେଉଛନ୍ତି ଇନ୍ସପେକ୍ଟର ସୁଖରାମ ବଟ୍ଟୀ, କନଷ୍ଟେବଲ କୃଷ୍ଣ କୋମରା, କନଷ୍ଟେବଲ ସଞ୍ଜୟ ଗଢ଼ପାଲେ ଓ କନଷ୍ଟେବଲ ପରମାନନ୍ଦ କୋମରା। ଇନ୍ସପେକ୍ଟର ସୁଖରାମ ବଟ୍ଟୀ ଓ ଦୁଇ କନଷ୍ଟେବଲ କୃଷ୍ଣ କୋମରା ଓ ସଞ୍ଜ ଗଢପାଲେଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଆହତ ହୋଇଥିବା ପରମାନନ୍ଦ କୋମରାଙ୍କୁ ରାୟପୁରକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, କାଙ୍କେର ଓ ନାରାୟଣପୁର ଜିଲ୍ଲା ସୀମାରେ ଥିବା ଛୋଟେବେଟିୟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିବା ସହିତ ପୂର୍ବରୁ ନକ୍ସଲମାନେ ବିଛାଇ ରଖିଥିବା ଲ୍ୟାଣ୍ଡମାଇନ୍‌ ଓ ଆଇଡିଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ଡିଆରଜିର ଏକ ଟିମ୍‌କୁ ମୁତୟନ କରାଯାଇଥିଲା। ଆଜି ଏହି ଯବାନମାନେ ଏକ ଆଇଇଡିକୁ ଠାବ କରିବା ପରେ ନିଷ୍କ୍ରିୟ କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା।ଗତ ମାର୍ଚ୍ଚ ୩୧ ତାରିଖରେ ଦେଶକୁ ନକ୍ସଲ ମୁକ୍ତ ଘୋଷଣା କରାଯାଇଥିବା ବେଳେ ଏହା ହେଉଛି ନକ୍ସଲଙ୍କ ସହିତ ଜଡ଼ିତ ପ୍ରଥମ ଆଇଇଡି ବିସ୍ଫୋରଣ।ବସ୍ତର ରେଞ୍ଜ ପୁଲିସ ଆଇଜି ସୁନ୍ଦରରାଜ ପଟ୍ଟିଲିଙ୍ଗମ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ନକ୍ସଲ କ୍ୟାଡର ଓ ଗୁଇନ୍ଦା ରିପୋର୍ଟ ଆଧାରରେ ଗତ କିଛି ମାସ ହେଲେ ସୁରକ୍ଷାକର୍ମୀମାନେ କାଙ୍କେର ସମେତ ବସ୍ତର ରେଞ୍ଜର ୭ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶତାଧିକ ଆଇଇଡି ଠାବ କରାଯାଇ ସେଗୁଡ଼ିକୁ ନିଷ୍କ୍ରିୟ କରାଯାଇଛି। ଏହି ଆଇଇଡି ଗୁଡ଼ିକୁ ପୂର୍ବରୁ ନକ୍ସଲମାନେ ପୋତି ଥିଲେ। ଆଜି ଯେଉଁ ଘଟଣା ଘଟିଛି, ତାହା ଦୁର୍ଭାଗ୍ୟପୂର୍ଣ୍ଣ। ପୁଲିସ୍ ଟିମ୍ ତାକୁ ନିଷ୍କ୍ରିୟ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook