Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କାଲିଠୁ କ୍ରିକେଟ ବିଶ୍ୱକପ୍ ମହାସମର : ଉଦଘାଟନ କରିବେ ସଚିନ

    Share on :
    ajab-Image
    Date: Oct 4, 2023    Views: 4764

    ନୂଆଦିଲ୍ଲୀ:  ଆସନ୍ତାକାଲିଠୁ ଆରମ୍ଭ ହେଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ୍ ତେନ୍ଦୁଲକର । ସଚିନ୍ ତେନ୍ଦୁଲକର ରେକର୍ଡ ୬ଟି ବିଶ୍ୱକପ୍ ଖେଳିଛନ୍ତି ।
    ଗତକାଲି ଆଇସିସି ସଚିନ୍ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛି । ଏଥର ବିନା ୱାର୍ମ ଅପରେ ସିଧାସଳଖ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମେ ଇଂଲଣ୍ଡ ବିପକ୍ଷ ୱାର୍ମ ଅପ୍ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା । ଏହା ପରେ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁ ହୋଇପାରିନାହିଁ । ତିରୁଅନନ୍ତପୁରମରେ ଥିବା ଭାରତୀୟ ଦଳ ସିଧାସଳଖ ଚେନ୍ନାଇବେ ପହଞ୍ଚିବ । ସେଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେବ ।

    Maximum 500 characters

    ଖେଳ ଖବର View all

    Find Us on Facebook