Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୨୦୨୧ ସଫଳତା ଦୋହରାଇବାକୁ ଭାରତ ନିକଟରେ ସୁଯୋଗ

    Share on :
    ajab-Image
    Date: Oct 4, 2023    Views: 4774

    ଭାରତରେ ଖେଳିଯିବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପର ତ୍ରୟୋଦଶତମ ସଂସ୍କରଣ ଯେତିକି ପାଖେଇ ଆସୁଛି କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ସେତିକି ବଢିଚାଲିଛି । ଅକ୍ଟୋବର ୫ରୁ ଖେଳାଯାବାକୁ ଥିବା ଏହି କ୍ରିକେଟ ମହାକୁମ୍ଭର ବିଜେତା କୀଏ ହେବ ତାହାକୁ ନେଇ କ୍ରିକେଟପ୍ରେମୀ ପ୍ୱବାନୂମାନ କରିଦେଇଛନ୍ତି । ଭାରତ ପ୍ରଥମ ଥାର ପାଇଁ ଏକାକୀ ଉକ୍ତ ବିଶ୍ୱକପ ଆୟୋଜନ କରୁଛି । ଘରୋଣଇ ମାଟିରେ ଭାରତ ୨୦୧୧ରେ ସଫଳତାକୁ ଦୋହରାଇବା ନେଣ ବଡ ସୁଯୋଗ ରହିଛି ବୋଲି କ୍ରିକେଟ ମହଲରେ ମୁଖ୍ୟ ଆଲୋଚନ।। ବିଷୟ ହୋଇଛି । ଅନ୍ୟପକ୍ଷରେ କ୍ରିକେଟ ବିଶ୍ୱକପର ଇତିହାସକୁ ଦେଖିଲେ ୨୦୧୧ରେ ଭାରତ ଦ୍ୱିତୀୟ ଦଳ ଭାବେ ସହ ଆୟୋଜକ ରହି ମଧ୍ୟ ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧିନ ଭାରତ ଫାଇନାଲରେ ଶ୍ରୀଲଙ୍କାକୁ ୬ ୱିକେଟ୍‌ରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଦିନିକିଆ କ୍ରିକେଟ ବିଶ୍ୱକପ ଜିତିଥିଲା । ଏହାପରେ ଖେଳାଯାଇଥିବା ୨୦୧୫ ଓ ୨୦୧୯ ଦିନିକିଆ କ୍ରିକେଟ ବିଶ୍ୱକପରେ ଉକ୍ତ ଧାରା ବଳବତ୍ତର ରହିଛି । ୨୦୧୫ ଦିନିକିଆ କ୍ରିକେଟ ବିଶ୍ୱକପ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ଆୟୋଜନ କରିଥିଲେ । ଉକ୍ତ ବିଶ୍ୱକପ ଆୟୋଜକ ହୋଇ ମଧ୍ୟ ଅଷ୍ଟେଲିଆ ଚମ୍ପିଆନ ହୋଇଥିଲା । ୨୦୧୯ରେ ଇଂଲଣ୍ଡ ଓ ସ୍କଟଲାଣ୍ଡ ମିଳିତ ଭାବେ ବିଶ୍ୱକପ ଆୟୋଜନ କରିଥିଲେ । ମୁଖ୍ୟ ଆୟୋଜକ ହୋଇ ଇଂଲଣ୍ଡ ବିଶ୍ୱକପ ଜିତିଥିଲା । ଲବେ ଭାରତ ନିକଟରେ ଉକ୍ତ ଧାରାକୁ ବଜାୟ ରଖିବା ନେଇ ମଧ୍ୟ ସୁଯୋଗ ରହିଛି । ରୋହିତ ଶର୍ମାଙ୍କ ନେତୃତାଧିନ ଭାରତ ଏସିଆ କପ୍‌ ଜିିତିବା ପରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଗଳାରେ ମଧ୍ୟ ଭଲ ପ୍ରଦର୍ଶନ କରିଛି । ଉକ୍ତ ପ୍ରଦର୍ଶନକୁ ଦେଖିଲେ ଦଳ ତୃତୀୟ ଟ୍ରଫି ଜିତିବାର ଯଥେଷ୍ଟ ସମ୍ଭବନା ରହିଛି । ଦିନିକିଆ କ୍ରିକେଟ ବିଶ୍ୱକପ ୧୯୭୫ ପ୍ରଥମ, ୧୯୭୯ ଦ୍ୱିତୀୟ ଓ ୧୯୮୩ ତୃତୀୟ ସଂସ୍କରଶକୁ ଇଂଲଣ୍ଡ ଆୟୋଜନ କରିଥିଲେ ମଧ୍ୟ ବିଜେତା ହୋଇପାରିନଥିଲା ।୧୯୭୫ ଓ ୧୯୭୯ରେ ୱେଷ୍ଟଇଣ୍ଡିଜ୍‌ ଓ ୧୯୮୩ରେ ଭାରତ ଚାମ୍ପିଅନ୍‌ ହୋଇଥିଲା । ୧୯୮୭ରେ ଭାରତ ଓ ପାକିସ୍ତାନ ମିଳିତ ଭାବେ ଆୟୋଜନ କରିଥିଲେ । ଏଥିରେ ଅଷ୍ଟ୍ରେଲିଆ ବିଜେତା ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ଆୟୋଜନ କରିଥିଲେ  । ଏଥିରେ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା । ୧୯୯୨ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ଆୟୋଜନ କରିଥିବାବେଳେ ପାକିସ୍ତାନ ଚମ୍ପିଆନ ହୋଇଥିଲା ୧୯୯୬ରେ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପ ଆୟୋଜନ କରିଥିଲେ । ପ୍ରଥମ ଥର ପାଇଁ ସହ ଅୟୋଜକ ଭାବେ ଶ୍ରୀଲଙ୍କା ବିଶ୍ୱକପ ଜିତି ନୂଆ ପରମ୍ପରା ଆରମ୍ଭ କରିଥିଲା । ୧୯୯୯ରେ ଇଂଲଣ୍ଡ, ଆୟରଲାଣ୍ଡ ଓ ୱେଲ୍ସ ବିଶ୍ୱକପ ଆୟୋଜନ କରିଥିବରବେଳେ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା । ୨୦୦୩ରେ ଦକ୍ଷିଣ  ଆଫ୍ରିକା, କେନିଆ ଓ ଜିମ୍ବାୱେ ଆୟୋଜନ କରିଥିବା ବେଳେ ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିଲା । ୨୦୦୭ରେ ୱେଷ୍ଟଇଣ୍ଡିଜକ ଆୟୋଜନ କରିଥିବାବେଳେ ଅଷ୍ଟ୍ରେଲିଆ  ଚମ୍ପିଆନ ହୋଇଥିଲା । 

    Maximum 500 characters

    ଖେଳ ଖବର View all

    Find Us on Facebook