Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ ବିଶ୍ବକପ୍‌ ଜିତିବା ନିଶ୍ଚିତ : କପିଳ

    Share on :
    ajab-Image
    Date: Oct 4, 2023    Views: 5056

    ନୂଆଦିଲ୍ଲୀ : ଏସିଆ କପ୍‌ ବିଜେତା ହୋଇଥିବା ଭାରତୀୟ କ୍ରିକେଟ୍‌ ଦଳକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟର୍‌ କପିଳ ଦେବ। ଏସିଆ କପ୍‌ରେ ଭାରତର ପ୍ରଦର୍ଶନ ଦେଖିବା ପରେ ଦଳ ଦିନିକିଆ ବିଶ୍ବକପ୍‌ ଜିତିବାକୁ ପ୍ରସ୍ତୁତ ଥିବା ପରି ଲାଗୁଛି ବୋଲି କପିଳ କହିଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କପିଳ କହିଥିଲେ ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳରେ ଯେଉଁ ଖେଳାଳି ଅଛନ୍ତି ଏବଂ ଦଳ ବର୍ତ୍ତମାନ ଯେପରି ପ୍ରଦର୍ଶନ କରୁଛି ତାହାକୁ ଦେଖି ସେ ବେଶ୍‌ ସନ୍ତୁଷ୍ଟ ଅଛନ୍ତି। ତେବେ ବିଶ୍ବକପ୍‌ ଜିତିବା ପାଇଁ ଭଲ ପ୍ରଦର୍ଶନ ସହ ଭାଗ୍ୟର ସହାୟତା ମିଳିବା ଉଚିତ୍‌। ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କଲେ ବିଶ୍ବ ବିଜେତା ହେବା ସମ୍ଭାବନା ବଢ଼ିଯିବ। ଭାରତୀୟ ଦଳ ନିଶ୍ଚିତ ଭାବେ ଶକ୍ତିଶାଳୀ ଏଥିରେ କୌଣସି ଦ୍ବିମତ ନାହିଁ। ଅନ୍ୟପକ୍ଷରେ ବିଶ୍ବକପ୍‌ରେ ଭାଗ ନେଉଥିବା ଅନ୍ୟ ଦଳର ଖେଳାଳିମାନେ କିପରି ପ୍ରଦର୍ଶନ କରୁଛନ୍ତି ତାହା ମଧ୍ୟ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଯଦି ଭାରତୀୟ ଦଳର ଖେଳାଳିମାନେ ନିଜ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରନ୍ତି ତେବେ ଦଳ ବିଶ୍ବକପ୍‌ ଜିତିବା ନିଶ୍ଚିତ। ଏସିଆ କପ୍‌ ଫାଇନାଲରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଯେପରି ପ୍ରଦର୍ଶନ କଲେ ତାହା ପ୍ରଶଂସନୀୟ ବୋଲି କପିଳ କହିଥିଲେ। ପୂର୍ବରୁ ମ୍ୟାଚ୍‌ ଜିତିବାକୁ ଭାରତୀୟ ଦଳ ସ୍ପିନରଙ୍କ ଉପରେ ଅଧିକ ନିର୍ଭରଶୀଳ ଥିବା ବେଳେ ବର୍ତ୍ତମାନ ସମୟରେ ଦ୍ରୁତ ବୋଲରମାନେ ଅଧିକ ମ୍ୟାଚ୍‌ରେ ବିଜୟୀ ହେଉଥିବା ଖୁସିର କଥା ବୋଲି ସେ କହିଥିଲେ। ଏସିଆ କପ୍‌ ଫାଇନାଲରେ ଭାରତୀୟ ଦଳ ସହଜ ବିଜୟ ହାସଲ କରିଥିବା ବେଳେ ଜଣେ କ୍ରିକେଟ୍‌ ପ୍ରଶଂସକଭାବେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତେ ବୋଲି କପିଳ ସ୍ପଷ୍ଟ କରି ଦେଇଥିଲେ। ଏସିଆ କପ୍‌ ସମୟରେ ଅକ୍ଷର ପଟେଲ ଓ ଶ୍ରେୟସ ଆୟାର ପ୍ରମୁଖ ଆହତ ହୋଇଥିବା ବେଳେ ଏ ସମ୍ପର୍କରେ କପିଳ କହିଥିଲେ ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦଳର ପ୍ରମୁଖ ଖେଳାଳି ଆହତ ହେବା ନିଶ୍ଚିତ ଭାବେ ଚିନ୍ତାଜନକ। ଯଦି ସେମାନେ ବିଶ୍ବକପ୍‌ ଖେଳନପାରନ୍ତି ତେବେ ଦଳର ଭାରସାମ୍ୟ ବିଗିଡ଼ିଯିବ। ସେହିପରି ଭାରତୀୟ ଦଳର ଯୁବ ବ୍ୟାଟସମ୍ୟାନ୍‌ ଶୁବମାନ ଗିଲ୍‌ଙ୍କୁ କପିଳ ଉଚ୍ଚପ୍ରଶଂସା କରିଥିଲେ। ଶୁବମାନ ଜଣେ ଯୁବ ଖେଳାଳି ହୋଇଥିବା ବେଳେ ତାଙ୍କ ନିକଟରେ ବେଶ୍‌ ଦକ୍ଷତା ରହିଥିବା କପିଳ କହିବା ସହ ​‌େ​‌ସ ଭାରତୀୟ କ୍ରିକେଟ୍‌ ଦଳର ଭବିଷ୍ୟତ ବୋଲି ସ୍ପଷ୍ଟ କରି ଦେଇଛନ୍ତି। 

    Maximum 500 characters

    ଖେଳ ଖବର View all

    Find Us on Facebook