Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିଶ୍ୱକପ ଜିତିଲେ ମିଳିବ କେତେ ଟଙ୍କା?

    Share on :
    ajab-Image
    Date: Oct 4, 2023    Views: 5198

    ନୂଆଦିଲ୍ଲୀ:  ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବାକୁ ଥିବା ଆଇସିସି ପୁରୁଷ ଦିନିକିଆ ବିଶ୍ୱକପର ପୁରସ୍କାର ରାଶି ଆଜି ଘୋଷଣା ହୋଇଛି। ପୁରସ୍କାର ବାବଦରେ ମୋଟ ୧୦ ମିଲିୟନ ଡଲାର ଅର୍ଥାତ ୮୩.୧୦ କୋଟି ଟଙ୍କା ଦିଆଯିବ।

    ବିଶ୍ୱକପ ଜିତିବାକୁ ଥିବା ଦଳଗୁଡ଼ିକ ୪ ମିଲିୟନ ଡଲାର ବା ୩୩.୨୪ କୋଟି ଟଙ୍କା ମିଳିବ। ସେହିପରି ରନର୍ସ ଅପ ଦଳକୁ ୨ ମିଲିୟନ ଡଲାର ଦିଆଯିବ ବୋଲି ଆଇସିସି ପକ୍ଷରୁ ଜାରି ପ୍ରେସ ବିବୃତିରେ ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ ବିଶ୍ୱକପର ଗ୍ରୁପ ପର୍ୟ୍ୟାୟରେ ପ୍ରତି ଦଳ ୯ଟି ଲେଖାଏ ମ୍ୟାଚ୍‌ ଖେଳିବେ। ଏହି ପର୍ୟ୍ୟାୟରେ ବିଜେତା ଦଳକୁ ମ୍ୟାଚ ପିଛା ୪୦ ହଜାର ଡଲାର ଲେଖାଏ ମିଳିବ। ଗ୍ରୁପ ପର୍ୟ୍ୟାୟ ପରେ ନକଆଉଟରୁ ବାଦ ପଡ଼ୁଥିବା ଦଳଗୁଡ଼ିକୁ ୧୦୦୦୦ ଡଲାର ଲେଖାଏ ଦଆଯିବ।

    ବିଶ୍ୱକପର ସେମି ଫଇନାଲରେ ଯେଉଁ ଦୁଇ ଦଳ ହାରିବେ ସେମାନଙ୍କୁ ୮୦,୦୦୦୦ ଡଲାର ଲେଖାଏ ମିଳିବ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୬.୬୫ କୋଟି ଟଙ୍କା।

    ଅକ୍ଟୋବର ୫ରୁ ଡିଫେଣ୍ଡ ଚାମ୍ପିୟନ ଇଂଲଣ୍ଡ ଓ ରନର୍ସ ଅପ ନ୍ୟୁଜିଲ୍ୟାଣ୍ଡ ଲଢ଼େଇରୁ ବିଶ୍ୱକପ ଆରମ୍ଭ ହେବ। ଭାରତ ଅକ୍ଟୋବର ୮ରୁ ତା’ର ଅଭିଯାନ ଚେନ୍ନାଇରୁ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆକୁ ଭେଟିବ। ଏଥିପାଇଁ ସବୁ ଦଳ ଜୋରସୋରରେ ପ୍ରସ୍ତୁତ ଚଳାଇଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook