Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଭାରତ ପାଇଁ ଗିଲ୍‌,କୁଲଦୀପ୍‌ ହେବେ ଗେମ୍‌ ଚେଞ୍ଜର

    Share on :
    ajab-Image
    Date: Oct 4, 2023    Views: 4773

     ଚଳିତ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଆଇସିିସି ଦିନିକିଆ କ୍ରିକେଟ ବିଶ୍ୱକପ ମହାକୁମ୍ଭ ଲାଗି ବିଭିନ୍ନ ଦଳ ପ୍ରସ୍ତୁତି ଓ ଋଣନୀତିକୁ ଜୋରଦାର କରିଛନ୍ତି । ଘରୋଇ ଭାରତ ମଧ୍ୟ ଉକ୍ତ ବିଶ୍ୱକପରେ ଟାଇଟଲ ଜିତିବା ନେଇ ବଡ ଦାବିଦାର ରହିଛି । ଦଳର ଦୁଇ ଯୁବ ଖେଳାଳି ବ୍ୟାଟ୍ସମ୍ୟାନ୍‌ ଶୁବମାନ୍‌ ଗିଲ୍‌ ଓ ସ୍ପିନର କୁଳଦୀପ୍‌ ଯାଦବ ଗେମ୍‌ ଚେଞ୍ଜର ହେବେ ବୋଲି କ୍ରିକେଟ ମହଲରେ ଆଲୋଚନାର ବିଷୟ ପାଲଟିଛି । ୨୦୨୩ ବିଶ୍ୱକପ ରେ ଚାଇନାମ୍ୟାନ ସ୍ୱିନର କୁଳଦୀପ୍‌ ଯାଦବ ଭାରତୀୟ ଦଳର ପ୍ରମୁଖ ହେବେ ବୋଲି କ୍ରିକେଟ ମହଲରେ ଆଲୋଚନାର ବିଷୟ ପାଲଟିଛି । ଭାରତୀୟ ପିଚ୍‌ରେ କୁଳଦୀପ୍‌ ସ୍ୱିନ କରିବାରେ ବେଶ୍‌ ସିଦ୍ଧିହସ୍ତ । ସେ ଜଣେ ଚମ୍ପିଆନ ବୋଲର ହୋଇଥିବା ବେଳେ ଭଲ ଫର୍ମରେ ମଧ୍ୟ ରହିଛନ୍ତି । କୁଳଦୀପ୍‌ ଏପର୍ୟ୍ୟନ୍ତ ୩୯ଟି ମ୍ୟାଚ ଖେଳି ୫୯ଟି ୱିକେଟ ନେଇଛନ୍ତି । ୨୫ଟି ରନ୍‌ରେ ୫ଟି ୱିକେଟ୍‌ ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ସେହିପରି ଭାରତୀୟ ସୁବ ଓପନର ଶୁବମାନ୍‌ ଗିଲ୍‌ଙ୍କ ଉପରେ ମଧ୍ୟ ଭାରିୀୟଙ୍କ କ୍ରିକେଟପ୍ରେମୀଙ୍କ ନଜର ରହିଛି । ଗିଲ୍‌ ଭାରତ ପାଇଁ ଗେମ୍‌ ଚେଞ୍ଜର ହେବା ନେଇ କ୍ରିକେଟ ମହଲରେ ଆଲୋଚନା ହେଉଛି । ଗିଲ୍‌ ମଧ୍ୟ ବର୍ତ୍ତମାନ ଭଲ ଫର୍ମରେ ରହିଛନ୍ତି । ଗିଲ୍‌ ୩୯ଟି ମ୍ୟାଚ ଖେଳି ୬ଟି ଶତକ ଓ ୯ଟି ଅର୍ଦ୍ଧଶତକ ସହ ୧୯୦୧ରନ କରିଛନ୍ତି । ୨୦୮ ସର୍ବାଧିକ ସ୍କୋର ରହିଛି । ଗିଲ୍‌ଙ୍କ ଉପରେ ଭାରତ ମଧ୍ୟ ବେଶ୍‌ ଆଶା ରଖିଛି ।

    Maximum 500 characters

    ବିଶେଷ View all

    Find Us on Facebook