Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିଶ୍ୱକପ୍‌ରେ ଦ୍ୱିଶତକ

    Share on :
    ajab-Image
    Date: Oct 4, 2023    Views: 5308

    ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ରେ ସ୍କୋର କରିବାର ଅତିରିକ୍ତ ଚାପ ସର୍ବଦା ଖେଳାଳିଙ୍କ ଉପରେ ରହିଥାଏ । ଏହି ଚାପ ସତ୍ତେ୍ୱ ଅନେକ ଖେଳାଳି ସଫଳତାର ସହ ରନ୍‌ ସ୍କୋର କରିଥାନ୍ତି । ମାର୍ଟିନ୍‌ ଗପ୍ଟିଲ ଓ କ୍ରିସ୍‌ ଗେଲ୍‌ ଏମିତି ଦୁଇ ଜଣ ଖେଳାଳି ଯେଉଁମାନେ ବିଶ୍ୱକପ୍‌ରେ ଦ୍ୱିଶତକ ଅର୍ଜନ କରିଛନ୍ତି । ଆଜି ବିଶ୍ୱକପ୍‌ରେ ବ୍ୟକ୍ତିଗତ ସ୍କୋର କରିଥିବା ୫ ଖେଳାଳିଙ୍କ ଉପରେ ଏକ ନଜର........


    ମାର୍ଟିନ୍‌ ଗପ୍ଟିଲ : ୨୩୭ରନ୍‌ 
                            ବିଶ୍ୱକପରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ନ୍ୟୁଜିଲାଣ୍ଡର ମାର୍ଟିନ ଗଫ୍ଟିଲ ପ୍ରଥମ ସ୍ଥାନରେ ରହିଛନ୍ତି । ୨୦୧୫ ମସିହ।। ବିଶ୍ୱକପରେ  ୱେଲିଂଟନ୍‌ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ସେ ଏହି ରେକର୍ଡ କରିଥିଲେ । ୧୬୩ ବଲ୍‌ ଖେଳି ସେ ୨୪ ଚୌକା ୧୧ ଛକା ମାରିଥିଲେ । ଦିନିକିଆ ବିଶ୍ୱକପ ଇତିହାସରେ ଏହା ରହିଥିଲା ଦ୍ୱିତୀୟ ଦ୍ୱିଶତକ । 


    କ୍ରିସ୍‌ ଗେଲ୍‌ : ୨୧୫ରନ୍‌ 
                          ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ତଥା ବିସ୍ପୋରକ ବ୍ୟାଟର କ୍ରିସ୍‌ ଗେଲ୍‌ ପ୍ରଥମ ଖେଳାଳି ଭାବରେ ବିଶ୍ୱକପରେ ଦ୍ୱିଶତକ ଅର୍ଜନ କରିଥିଲେ । ଜିମ୍ବାୱେ ବିପକ୍ଷ ଏହି ମ୍ୟାଚରେ ସେ ୨୧୫ରନ୍‌ ସ୍କୋର କରିଥିଲେ । ୧୪୭ ବଲର ଏହି ଇନିଂସରେ ସେ ୧୦ ଚୌକା ଓ ୧୬ ଛକା ମାରିଥିଲେ । ବିଶ୍ୱକପରେ ସ୍କୋର ହୋଇଥିବା ଦୁଇଟି ଯାକ ଦ୍ୱିଶତକ ୨୦୧୫ ସଂସ୍କରଣରେ ହୋଇଥିଲା । 


    ଗ୍ୟାରୀ କର୍ଷ୍ଟେନ୍‌ : ୧୮୮ରନ୍‌
                            ଦକ୍ଷିଣ ଆଫ୍ରିକାର ପ୍ୱର୍ବତନ ଓପନର ତଥା ବିଶ୍ୱକପ ବିଜୟୀ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଥିବା ଗ୍ୟାରୀ କର୍ଷ୍ଟେନ୍‌ ବିଶ୍ୱକପର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୮୮ରନ୍‌ କରିଥିଲେ । ପାକ୍ତିସ୍ତାନର ରାୱଲପିଣ୍ଡିରେ ସେ ଏହି ଇନିଂସି ଖେଳିଥିଲେ । ୟୁଏଇ ବିପକ୍ଷରେ ଖେଳିିଥିବା ଏହି ଇନିଂସରେ ୧୫୯ ବଲ୍‌ ଖେଳି ୧୩ ଜୌକା ଓ ୪ ଛକା ମାରିଥିଲେ । 


    ସୌରଭ ଗାଙ୍ଗୁଲି : ୧୮୩ ରନ୍‌ 
                              ଭାରତର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱକପର ସର୍ବାଧିକ ବ୍ୟକ୍ତିଗତ ସ୍କୋର ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ୧୯୯୯ ଦିନିକିଆ ବିଶ୍ୱକପରେ ସେ ଶ୍ରୀଲଙ୍କା ବିପକ୍ଷରେ ଏହି ସ୍କୋର କରିଥିଲେ । ରାହୁଲ ଡ୍ରାଭିଡଙ୍କ ସହିତ ୩୩୧ ରନ୍‌ରେ ପାର୍ଟନରଶିପ୍‌ ଅବସରରେ ଟନ୍‌ଟନ୍‌ ଖେଲିଥିଲେ ଏହି ଐତିହାସିକ ଇନିଂସ । ୧୫୮ ବଲ୍‌ର ଏହି ଇନିଂସରେ ସାମିଲ ଥିଲା ୧୭ ଚୌକା ଓ ୭ ଛକା । 


    ଭିଭିଆନ୍‌ ରିଚାର୍ଡସ୍‌ : ୧୮୧ ରନ୍‌ 
                                ୱେଷ୍ଟଇଣ୍ଡିଜର ବିସ୍ପୋରକ ବ୍ୟାଟର ଭିଭିଆନ୍‌ ରିଚାର୍ଡସ ୧୮୧ ରନ୍‌ ସ୍କୋର କରିବା ସହିତ ବିଶ୍ୱକପରେ ସର୍ବାଧିକ ସ୍କୋର ତାଲିକ।। ପଂଚମ ସ୍ଥାନରେ ରହିଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook