Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICC WOMEN T-20

ମୁଖ୍ୟ ଖବର

    ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ , କେଉଁ ଦଳ ଅଧିକ ଥର ହୋଇଛି ଚାମ୍ପିଅନ

    Share on :
    ajab-Image
    Date: Feb 7, 2023    Views: 5462


    ନୂଆଦିଲ୍ଲୀ : ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୩ ଦକ୍ଷିଣ ଆଫ୍ରିକାରେ ହେବାକୁ ଯାଉଛି  । ୧୦ଟି ଦଳକୁ ନେଇ ଏହି ମ୍ୟାଚ ଖେଳାଯିବ  । ୧୦ଟି ଦଳକୁ ୨ଟି ପୁଲରେ ବିଭକ୍ତ କରାଯିବ  । ଗୋଟିଏ ପୁଲରେ ୫ଟିଲେଖାଏ ଦଳ ରହିବେ  । 


    ୨୦୦୭ ପୁରୁଷଟି -୨୦ ବିଶ୍ୱକପ୍‌ ର ସଫଳତା ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ୨୦୦୯ ରେ ମହିଳାମାନଙ୍କ ପାଇଁ ମଧ୍ୟ ସ୍ୱଳ୍ପ ଫର୍ମାଟ୍‌ ବିଶ୍ୱକପ୍‌ ପ୍ରବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲା । ଆଇସିସ ମହିଳା ବିଶ୍ୱକପରେ କେଉଁ ଦଳ ଅଧିକ ଥର ବାଜି ଜିତିଛି ଆସନ୍ତୁ ଜାଣିବା । 

    ୨୦୦୯- ୨୦୦୯ରେ ଆଇସିସି ମହିଳା ବିଶ୍ୱକପ୍‌ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା । ଏହି ସଂସ୍କରଣର ଫାଇନାଲରେ ଇଂଲଣ୍ଡ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଇଂଲଣ୍ଡ ବାଜିମାତ କରିଥିଲା ।


    ୨୦୧୦-  ୨୦୧୦ରେ ଆଇସିସି ମହିଳା ବିଶ୍ୱକପର ଫାଇନାଲ ଅଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଥିଲା । 


    ୨୦୧୨-୨୦୧୨ରେ ଆଇସିସି ମହିଳା ବିଶ୍ୱକପ୍‌  ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା । ଏହି ସଂସ୍କରଣରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଖେଳି ଟ୍ରଫି ଜିତିଥିଲା ।


    ୨୦୧୪- ୨୦୧୪ଆଇସିସି ମହିଳା ବିଶ୍ୱକପ୍‌ ବାଂଲାଦେଶରେ ଅନୁଷ୍ଠିତ ହୋଇଥିଲା । ଏହି ସଂସ୍କରଣରେ ମଧ୍ୟ ଫାଇନାଲରେ ଇଂଲଣ୍ଡ ଓ ଅଷ୍ଟ୍ରେିଲିଆ ମଧ୍ୟରେ ମହାମୁକାବିଲା ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ ବାଜିମାତ କରିଥିଲା । 


    ୨୦୧୬- ୨୦୧୬ଆଇସିସି ମହିଳା ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେିଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମହାମୁକାବିଲା ହୋଇଥିଲା । ଏଥିରେ ୱେଷ୍ଟଇଣ୍ଡିଜ ବାଜିମାତ କରିଥିଲା । 


    ୨୦୧୮- ୨୦୧୮ ଆଇସିସି ମହିଳା ବିଶ୍ୱକପ୍‌  ୱେଷ୍ଟଇଣ୍ଡିଜ୍‌ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଂଲଣ୍ଡକୁ ପରାସ୍ତ କରି ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଥିଲା । 


    ୨୦୨୦- ୨୦୨୦ ଆଇସିସି ମହିଳା ବିଶ୍ୱକପର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ ଓ ଏଥିରେ ଅଷ୍ଟ୍ରେଲିଆ ବାଜିମାତ କରିଥିଲା । 

    Maximum 500 characters

    ICC WOMEN T-20 View all

    Find Us on Facebook