ମୁଖ୍ୟ ଖବର
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ସୋମବାର ଲଣ୍ଡନରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଆଇସିସି ହଲ ଅଫ ଫେମରେ ସାମିଲ ହୋଇଛନ୍ତି। ବର୍ଷ ବର୍ଷ ଧରି ସାମିଲ ହୋଇଥିବା ୧୧୫ ଜଣ ଖେଳାଳିଙ୍କ ତାଲିକାରେ ନୂତନ ଭାବେ ଯୋଗ ଦିଆଯାଇଥିବା ସାତ ଖେଳାଳିଙ୍କ (ପାଞ୍ଚ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା) ମଧ୍ୟରୁ ଧୋନି ଜଣେ।
୧୧ତମ ଭାରତୀୟ ଖେଳାଳି (ନବମ ପୁରୁଷ ଖେଳାଳି) ଭାବେ ତାଙ୍କୁ ଏହି ସମ୍ମନ ମିଳିଛି। ୨୦୦୪ରେ ଭାରତ ପାଇଁ ପ୍ରବେଶ କରିବା ପରେ, ଧୋନୀ ୨୦୦୭ରେ ପ୍ରଥମ ଆଇସିସି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିଲେ ଏବଂ ଦଳକୁ ଟ୍ରଫି ଜିତାଇଥିଲେ। ସେ ୨୦୧୧ରେ ଦିନିକିଆ ବିଶ୍ୱକପ ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲେ।
ଭାରତ ପାଇଁ ଧୋନି ୩୫୦ଟି ଦିନିକିଆ ଖେଳିଛନ୍ତି, ଯେଉଁଥିରେ ୫୦.୫୭ ହାରରେ ୧୦,୭୭୩ ରନ ସ୍କୋର କରିଛନ୍ତି। ଏହି ସମୟରେ ସେ ୧୦ଟି ଶତକ ଏବଂ ୭୩ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।
ସେହିପରି ସେ ୯୦ଟି ଟେଷ୍ଟ ଖେଳିଛନ୍ତି ଏବଂ ଏହି ଫର୍ମାଟରେ ତାଙ୍କ କ୍ୟାରିୟର ୩୮ରୁ କିଛି ଅଧିକ ହାରରେ ୪୮୭୬ ରନ ରହିଛି। ଯେଉଁଥିରେ ଛଅଟି ଶତକ, ଏବଂ ୱିକେଟ-କିପର ଭାବେ ପ୍ରାୟ ୩୦୦ ଡିସମିସାଲ କରିଛନ୍ତି।
ଧୋନି ତାଙ୍କର ଶେଷ ଆନ୍ତର୍ଜାତିକ ମ୍ୟାଚ ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପରାଜୟ ସମୟରେ ଖେଳିଥିଲେ ଏବଂ ୨୦୨୦ ଅଗଷ୍ଟରେ ଅବସର ଘୋଷଣା କରିଥିଲେ।
ଆଇସିସି ଅନୁଯାୟୀ, “ହଲ୍ ଅଫ୍ ଫେମ୍ କ୍ରିକେଟରେ ଅସାଧାରଣ ଅବଦାନ ପାଇଁ ଖେଳର କିମ୍ବଦନ୍ତୀମାନଙ୍କୁ ସ୍ୱୀକୃତି ଦେଇଥାଏ ଏବଂ ସେମାନଙ୍କର ସଫଳତାକୁ ଉତ୍ସବ ରୂପେ ପାଳନ କରେ।”
ନୂତନ ସାମିଲ ହୋଇଥିବା ପୂର୍ବତନ ଖେଳାଳିମାନେ, ଯାହାଙ୍କୁ ଆଇସିସି ହଲ ଅଫ ଫେମର୍ସ, ସିନିୟର କାର୍ୟ୍ୟନିର୍ବାହୀ, ଏବଂ ମିଡିଆ ପ୍ରତିନିଧିଙ୍କ ଏକ ପ୍ୟାନେଲ ଦ୍ୱାରା ଚୟନ କରାଯାଇଛି, ସେମାନଙ୍କୁ ଖେଳରେ ସେମାନଙ୍କର ଅସାଧାରଣ ଅବଦାନକୁ ସ୍ୱୀକୃତି ଦେଇ ସ୍ମାରକୀ କ୍ୟାପ ପ୍ରଦାନ କରାଯିବ।
Comments ସମସ୍ତ ମତାମତ