Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୨ ପାକିସ୍ତାନୀ କ୍ରିକେଟରଙ୍କ ନାଁରେ ଆଇସିସିରେ ଅଭିଯୋଗ

    Share on :
    ajab-Image
    Date: Sep 25, 2025    Views: 2966

    ନୂଆଦିଲ୍ଲୀ:  ପାକିସ୍ତାନ ଖେଳାଳିଙ୍କୁ ମହଙ୍ଗା ପଡିବା ଗନ୍‍ ଫାୟାର ସେଲିବ୍ରେସନ୍‍ । କ୍ରିକେଟ ମଇଦାନରେ  ପାକ୍‍ ଖେଳାଳିଙ୍କ ଔଦ୍ଧତ୍ୟ ଆଚରଣ ବିରୋଧରେ  ଆଇସିସି ନିକଟରେ ଫେରାଦ ହୋଇଛି ବିସିସିଆଇ । ପାକିସ୍ତାନୀ କ୍ରିକେଟର ହାରିସ୍‍ ରୌଫ୍‍ ଓ ସାହିଦଜାଦା ଫରହାନଙ୍କ ନାଁରେ ଆଇସିସିରେ ଅଭିଯୋଗ କରିଛି ବିସିସିଆଇ । ଏହି ଦୁଇ ଜଣ ଖେଳାଳି ପଡିଆରେ ଭାରତୀୟ ଖେଳାଳିଙ୍କୁ ଉସୁକାଇବା ଭଳି ଆଚରଣ କରିଥିଲେ । ବିସିସିଆଇର ଅଭିଯୋଗ ପରେ ଏଲିଟି ପ୍ୟାନେଲ ନିକଟରେ ହାଜର ହୋଇପାରନ୍ତି ଉଭୟ ଖେଳାଳି ।
    ୨୦୨୫ ଏସିଆ କପରେ ଦୁଇ ଥର ପାକିସ୍ତାନକୁ ପରାସ୍ତ କରିଛନ୍ତି ଭାରତୀୟ ଦଳ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉଭୟ ମ୍ୟାଚରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ମ୍ୟାଚ୍‍ ପରେ ଟିମ୍‍ ଇଣ୍ଡିଆ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିବାରୁ ପ୍ରଥମ ମ୍ୟାଚ ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ଏପରିକି ପାକିସ୍ତାନ ମ୍ୟାଚ୍‍ ରେଫରି ଆଣ୍ଡ ପାଇକ୍ରଫ୍ଟଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ କରିଥିଲା, ଯାହାକୁ ଆଇସିସି ଖାରଜ କରି ଦେଇଥିଲା ।
    ସୁପର-୪ ମ୍ୟାଚରେ ପାକିସ୍ତାନୀ ଖେଳାଳିମାନେ ଲଜ୍ଜାଜନକ ଆଚରଣ ପ୍ରଦର୍ଶନ କରିଥିଲେ । ଭାରତୀୟ ଖେଳାଳିଙ୍କୁ ଉସୁକାଇବା ସହ ଅର୍ଦ୍ଧଶତକ ହାସଲ ପରେ ପାକ୍‍ ଖେଳାଳି ବ୍ୟାଟ୍‍ କୁ ଏକେ-୪୭ଭଳି ଦେଖାଇ ସେଲିବ୍ରେସନ କରିଥିଲେ ।  ଯାହା ଭାରତୀୟ ପ୍ରଶଂସକଙ୍କୁ କ୍ରୋଧିତ କରିଥିଲା । ବିସିସିଆଇ ଏବେ ଏସମ୍ପର୍କରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।  ସୁପର-୪ରେ ଭାରତ ଠାରୁ ପାକିସ୍ତାନ ପରାସ୍ତ ହୋଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook