ମୁଖ୍ୟ ଖବର
ପାକିସ୍ତାନ କ୍ରିକେଟ୍ ବୋର୍ଡର ଆବେଦନକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଖାରଜ କରିଛି । ନୋ ହ୍ୟାଣ୍ଡସେକ୍ ବିବାଦକୁ ନେଇ ଆଇସିସିର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ । ମ୍ୟାଚ୍ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ଦାବି କରି ଆଇସିସିର ଦ୍ୱାରସ୍ଥ ହୋଇଥିଲା । ହେଲେ ଆଇସିସି ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ଏସୀୟ କ୍ରିକେଟ କାଉନସିଲ୍ ଏହି ନିଷ୍ପତ୍ତି ନେଇଥିଲା ବୋଲି ଆଇସିସି ଜଣାଇଛି ।ସୂଚନା ଅନୁସାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଦାବି କରିଥିଲା ଯେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଏସିଆ କପ୍ ୨୦୨୫ରୁ ହଟାଇ ଦିଆଯାଉ । କିନ୍ତୁ ଆଇସିସି ଆନୁଷ୍ଠାନିକ ଭାବରେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ପାକିସ୍ତାନ ବୋର୍ଡ ମଧ୍ୟ ଧମକ ଦେଇଥିଲା ଯେ ଯଦି ଏହି ଦାବି ପୂରଣ ନହୁଏ, ତେବେ ଟିମ୍ ଟୁର୍ଣ୍ଣାମେଣ୍ଟରୁ ଓହରିଯିବ ।
ଗତ ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଭାରତ ୭ୱିକେଟରେ ଏକ ଚମକ୍ରାର ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ଟସ୍ ହେବା ସମୟରେ ଭାରତୀୟ ଦଳର ଅଧିନାୟକ ସୂର୍ୟ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ସଲମାନ ଅଲିଙ୍କ ସହ ହାତ ମିଳାଇନଥିଲେ, କିମ୍ବା ମ୍ୟାଚ ଶେଷ ହେବା ପରେ ବି ହାତ ମିଳାନଥିଲେ ।
ପୁରା ମ୍ୟାଚ ସମୟରେ ମଧ୍ୟ ଭାରତୀୟ ଖେଳାଳି ପାକ୍ ଖେଳାଳିଙ୍କ ସହିତ କଥା ହୋଇନଥିଲେ ଏବଂ ସୂର୍ୟ୍ୟକୁମାର ଯାଦବ ବିଜୟୀ ସଟ୍ ମାରିବା ମାତ୍ରେ ସେ ସିଧା ଶିବମ୍ ଧୁବେଙ୍କ ସହିତ ଡ୍ରେସିଂ ରୁମକୁ ପଳାଇ ଆସିଥିଲେ ।
ମ୍ୟାଚ ଶେଷ ହେବା ପରେ ପାକିସ୍ତାନ ଟିମ୍ ପଡିଆରେ ରହିଥିଲେ ସେମାନେ ଭାବିଥିଲେ ଯେ ଟିମ୍ ଇଣ୍ଡିଆର ଖେଳଳିମାନେ ହାତ ମିଳାଇବାକୁ ଆସିବେ, କିନ୍ତୁ ତାହା ହୋଇନଥିଲା । ତେବେ ଭାରତ-ପାକ୍ ମ୍ୟାଚକୁ ନେଇ ସୋସିଆଲ ମିଡିଆରେ ଅନେକ ସମାଲୋଚନା ମଧ୍ୟ ହୋଇଥିଲା ।
Comments ସମସ୍ତ ମତାମତ