Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଇଏଏସ ସ୍ତରରେ ଅଦଳବଦଳ

    Share on :
    ajab-Image
    Date: Jun 19, 2026    Views: 3347

    ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ପ୍ରଶାସନିକ ସଂସ୍କାର ଅଧୀନରେ ବରିଷ୍ଠ ମହିଳା ଅଧିକାରୀ ଚିତ୍ରା ଅରୁମୁଗମ ଏବଂ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଡି. ଭେଙ୍କଟସ୍ୱାମୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଛି।

    ବରିଷ୍ଠ ଆଇଏଏସ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମଙ୍କୁ  ‘ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ’ର ମହାନିର୍ଦ୍ଦେଶକ  ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହିତ ତାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ହସ୍ତାନ୍ତର କରାଯାଇଛି।

    ସେହିଭଳି କେନ୍ଦ୍ରୀୟ ଡେପୁଟେସନ ସାରି ଓଡ଼ିଶା କ୍ୟାଡରକୁ ଫେରିଥିବା ବରିଷ୍ଠ ଆଇଏଏସ ଅଧିକାରୀ ଡି. ଭେଙ୍କଟସ୍ୱାମୀଙ୍କୁ ରାଜ୍ୟ ସରକାର ଏକ ବଡ଼ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି।

    ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନାର ସଫଳ ରୂପାୟନ ଏବଂ ବିଭାଗୀୟ କାର୍ଯ୍ୟକଳାପକୁ ଅଧିକ ଦ୍ରୁତ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏହି ନୂଆ ଦାୟିତ୍ୱ ବଣ୍ଟନ କରାଯାଇଥିବା ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook