ମୁଖ୍ୟ ଖବର
ଭୁବନେଶ୍ୱର: ସରକାର ବୁଧବାର ଆଇଏଏସ୍ ଅଧିକାରୀସ୍ତରରେ ଅଦଳ ବଦଳ କରିଛନ୍ତି। ପଦ୍ମପୁର ଉପ ଜିଲାପାଳ ତଥା ୨୦୨୨ ବ୍ୟାଚ୍ ଆଇଏଏସ୍ ଅରୁଗୁଳା ସ୍ନେହାଙ୍କୁ ପୁରୀ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟନିର୍ବାହୀ ଅଧିକାରୀଭାବେ ବଦଳି କରାଯାଇଛି। ସେ ପୁରୀ ମହାନଗର ନିଗମର ଆୟୁକ୍ତ ଦାୟିତ୍ୱ ତୁଲାଇବେ। ସୁନ୍ଦରଗଡ଼ର ବଣାଇ ଉପ ଜିଲାପାଳ ୨୦୨୨ ବ୍ୟାଚ ଆଇଏଏସ୍ ଅକ୍ଷୟ ପିଲ୍ଲେଙ୍କୁ ଜଗତସିଂହପୁର ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟନିର୍ବାହୀ ଅଧିକାରୀଭାବେ ବଦଳି କରାଯାଇଛି। ୨୦୨୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ କରଞ୍ଜିଆ ଉପ-ଜିଲାପାଳ କସ୍ତୁରୀ ପଣ୍ଡାଙ୍କୁ ବାରିପଦା ଉପ ଜିଲାପାଳ ଭାବେ ବଦଳି କରାଯାଇଛି।
Comments ସମସ୍ତ ମତାମତ