Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସମ୍ପତ୍ତି ବିବରଣୀ ଦେବେ IAS ଅଫିସର, ନହେଲେ ପଦୋନ୍ନତି ବନ୍ଦ

    Share on :
    ajab-Image
    Date: Dec 27, 2025    Views: 3184

    ଭୁବନେଶ୍ଵର : ସମ୍ପତ୍ତି ବିବରଣୀ ଦେବେ IAS ଅଫିସର। ନହେଲେ ପଦୋନ୍ନତି ବନ୍ଦ। ସମସ୍ତ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ତାଗିଦ୍। ସମ୍ପତ୍ତି ବିବରଣୀ ନଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଜାନୁଆରୀ ପହିଲାରୁ ୩୧ ତାରିଖ ଭିତରେ ସମସ୍ତ ଆଇଏଏସ୍ ଅଧିକାରୀ ସମ୍ପତ୍ତି ତଥ୍ୟ ଦେବେ। ନହେଲେ ପଦୋନ୍ନତି ସହ ଅନ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି। ମୁଖ୍ୟ ଶାସନ ସଚିବଙ୍କୁ ଏନେଇ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଚିଠି ହୋଇଛି। ସମସ୍ତ ଆଇଏଏସ୍ ଅଧିକାରୀଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

    ସରକାର ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ଦରମା ନିୟମ କାର୍ଯ୍ୟକାରୀ କରିବା ପାଇଁ IPR ଫାଇଲିଂକୁ ବାଧ୍ୟତାମୂଳକ କରାଯାଇଛି। କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ଜାନୁଆରୀ ୨୦୧୭ ରୁ IAS ଅଧିକାରୀମାନଙ୍କ ପାଇଁ ଅନଲାଇନରେ IPR ଫାଇଲ ଦାଖଲ କରିବା ପାଇଁ ବ୍ୟବସ୍ଥା କରିଥିଲା। ଏହି ଅନଲାଇନ୍ ମଡ୍ୟୁଲ୍ ଜାନୁଆରୀ ୩୧ରେ ବନ୍ଦ ହୋଇଯିବ। ତେଣୁ ସମସ୍ତ IAS ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କର IPR ଫାଇଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

    ଏକ ଭ୍ରଷ୍ଟାଚାର ମୁକ୍ତ ବ୍ୟବସ୍ଥା କରିବା ସରକାରଙ୍କ ମୂଳ ଲକ୍ଷ୍ୟ। ଏଥିପାଇଁ ସରକାରୀ ଅଧିକାରୀ IPR ଫାଇଲ୍ କରିବା ଜରୁରୀ। ଏହାଦ୍ଵାରା ସେମାନଙ୍କର ପ୍ରୋଫାଇଲ୍ ଅପଡେଟ୍ ରହିବ। ସରକାରୀ ବିଧି ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ଵାସ ଅତୁଟ ରହିବ। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook